Below header

ବନ୍ଧୁତ୍ୱର ଉଦାହରଣ ସୃଷ୍ଟି କଲେ ପକ୍ଷୀ, ସାଥୀ କାଉକୁ ବଞ୍ଚାଇବାକୁ ଆଉ ଏକ କାଉର ଉଦ୍ୟମ

ଆଜିର ସ୍ୱାର୍ଥପର ସମାଜରେ ବନ୍ଧୁତ୍ୱର ଉଦାହରଣ ସୃଷ୍ଟି କରିଛି ଏକ ପକ୍ଷୀ । ମଣିଷକୁ ଦେଖାଇଛି ମିରର୍‌ । ବିପଦରେ ପଡିଥିବା ନିଜ ସାଥୀ କାଉକୁ ବଞ୍ଚାଇବାକୁ ଚେଷ୍ଟା କରୁଛି ଆଉ ଏକ କାଉ । ଭଲ ଭାବରେ ଦେଖନ୍ତୁ ଏହି ଭିଡିଓଟିକୁ । ହାଇମାଷ୍ଟ ଲାଇଟ୍‌ ଉପରେ ବସିଥିବା ଏକ କାଉକୁ କରେଣ୍ଟ ମାରିବାରୁ ସେ ଛଟପଟ ହେଉଛି । ଏହାକୁ ଦେଖି ସହପାରିନଥିଲା ସାଥୀ କାଉ । ସାଙ୍ଗେ ସାଙ୍ଗେ ଉଡି ଆସି ସାଥୀକୁ ବଞ୍ଚାଇବାକୁ ପ୍ରାଣପ୍ରଣେ ଚେଷ୍ଟା କରୁଛି । ଏହି ଦୁଇ ସାଥୀଙ୍କ ନିବିଡତା ପୁରୀ ବେଳାଭୂମିରେ ସୃଷ୍ଟି କରିଥିଲା ଏକ ଭାବବିହ୍ଵଳ ପରିବେଶ । ତେବେ କିଛି ସମୟ ପରେ ସେଠାରେ ଉପିସ୍ଥିତ ଥିବା ବିଚ୍‌ ଆଉଟ୍‌ପୋଷ୍ଟ ଇନଚାର୍ଜ ଧନଞ୍ଜୟ ମଲ୍ଲିକ କାଉଟିକୁ ଉଦ୍ଧାର କରିଥିଲେ । ଆଉ ଚିକିତ୍ସା ପରେ କାଉଟି ଉଡିଯାଇଥିବା ଜଣା ପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.