ଏ ୫ଜଣ ହେଉଛନ୍ତି ଦୁନିଆର ଏମିତି ଆବିଷ୍କାରକ, ଯାହାଙ୍କ ମୃତ୍ୟୁ ସେମାନଙ୍କ ଆବିଷ୍କାର ପରୀକ୍ଷଣରେ ହିଁ ଘଟିଥିଲା

ମଣିଷ ମନରେ ସାଧାରଣତଃ ଅନେକ ଜିଜ୍ଞାସା ରହିଥାଏ। ଦକ୍ଷତା ଏବଂ ଅଧ୍ୟବସାୟ ବଳରେ ସେ ବିଭିନ୍ନ ଘଟଣାକୁ ଅନୁଧ୍ୟାନ କରି ତାହାକୁ ବୁଝିବାକୁ ପ୍ରଚେଷ୍ଟା କରେ। ଏଥିପାଇଁ ସେ ଭିନ୍ନ ଭିନ୍ନ ଆବିଷ୍କାର କରେ। କିନ୍ତୁ ବେଳେବେଳେ ଏହା ଯନ୍ତ୍ରଣାଦାୟକ ହୋଇଥାଏ। ଏପରି କି, ପରୀକ୍ଷଣ ସମୟରେ ଖୋଦ୍‌ ଆବିଷ୍କାରକଙ୍କ ମୃତ୍ୟୁ ଘଟିଥାଏ। ଆଜି ଆମେ ଆପଣଙ୍କୁ ଦୁନିଆର ଏମିତି ୫ଜଣ ଆବିଷ୍କାରକଙ୍କ କଥା କହିବାକୁ ଯାଉଛୁ।

s1

୧. ସିଲ୍‌େଓ୍ଵଷ୍ଟର ଏଚ୍‌. ରୋପର

ଆମେରିକୀୟ ଆବିଷ୍କାରକ ସିଲ୍‌େଓ୍ଵଷ୍ଟର ହାଓ୍ଵାର୍ଡ ରୋପର, ଅଟୋମୋବାଇଲ୍‌ ଏବଂ ମୋଟରସାଇକେଲର ଜଣେ ଅଗ୍ରଣୀ ନିର୍ମାତା ଥିଲେ। ୨୦୦୨ରେ ରୋପରଙ୍କୁ ‘ରୋପର ଷ୍ଟିମ୍‌ ଭେଲୋକିପେଡେ’ ଆବିଷ୍କାର ପାଇଁ ମୋଟରସାଇକେଲ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଥିଲା। ଏହା ଜାଣି ଆପଣ ଆଶ୍ଚଯ୍ୟର୍ ହେବେ ଯେ ରୋପର ଷ୍ଟିମ୍‌ ଭେଲୋକିପେଡେର ପ୍ରାଥମିକ ଗତି ପରୀକ୍ଷଣ ସମୟରେ ଘଟିଥିବା ଦୁର୍ଘଟଣାରେ ରୋପରଙ୍କର ମୃତ୍ୟୁ ଘଟିଥିଲା।

s2

୨. ଫ୍ରାଞ୍ଜ ରେଇକଲଟ୍‌

ଫ୍ରାଞ୍ଜ ରେଇକଲଟ୍‌ଙ୍କୁ ‘ଫ୍ଲାଇଙ୍ଗ୍‌ ଟେଲର’ ନାଁରେ ଜଣାଯାଇଥାଏ। ସେ କୋଟ୍‌ ପାରାଶୁଟ୍‌ ଆବିଷ୍କାର କରିଥିଲେ। ଏହାର ପରୀକ୍ଷଣ ପାଇଁ ସେ ଏଫିଲ୍‌ ଟାଓ୍ଵାରରୁ କୁଦି ପଡ଼ିଥିଲେ ଏବଂ ପାରାଶୁଟ୍‌ ନ ଖୋଲିବାରୁ ଟାଓ୍ଵାର୍‌ ପାଖାପାଖି ବରଫ ମଇଦାନ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଆଉ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

s4

୩. କେରଳ ସୋସେକ୍‌

କେରଳ ସୋସେକ୍‌ ‘ଶୋକ୍‌-ଅବଶୋଷିତ ବ୍ୟାରେଲ’ ତିଆରି କରିଥିଲେ। ଏହାର ପରୀକ୍ଷଣ ପାଇଁ ସେ ନିୟଗାରା ଜଳ ପ୍ରପାତରୁ ନିୟାଗାରା ନଦୀରେ ଷ୍ଟଣ୍ଟ୍‌ ଦେଖାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଯଦିଓ ସେ ଏଥିରୁ ବର୍ତ୍ତିଯାଇଥିଲେ, କିନ୍ତୁ ନଦୀରୁ ବାହାରକୁ ଆସିବା ପରେ ତାଙ୍କ ନାକରୁ ରକ୍ତ ବାହାରୁଥିଲେ। ଚିକିତ୍ସାରୁ ଜଣାପଡ଼ିଥିଲା, ତାଙ୍କ ଛାତି ଏବଂ ପେଟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଖପୁରୀ ହାଡ଼ ଭାଙ୍ଗିଯାଇଥିଲା। ଆଉ ଏହି କାରଣରୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋସେକ୍‌ଙ୍କ ମୃତ୍ୟୁ ଘଟିଥିଲା।

s5

୪. ସବିନ୍‌ ଅର୍ନୋଲ୍ଡ ଭନ୍‌ ସୋଚୋକି

ସବିନ୍‌ ରେଡିୟମ୍‌ ଆଧାରିତ ପେଣ୍ଟ୍‌ର ଆବିଷ୍କାର କରିଥିଲେ। କିନ୍ତୁ ଏହି ଆବିଷ୍କାର ହିଁ ତାଙ୍କ ମୃତ୍ୟୁର କାରଣ ସାଜିଥିଲା। ରେଡିଓଧର୍ମୀ ସାମଗ୍ରୀ ସହ ସମ୍ପର୍କରେ ଆସିବାରୁ ଏପ୍ଲାଷ୍ଟିକ୍‌ ଏନିମିୟାରେ ତାଙ୍କର ମୃତ୍ୟୁ ହୋଇଥିଲା।

s6

୫. ହେନେରୀ ସ୍ମୋଲିଂକ୍ସି

ସ୍ମୋଲିଂକ୍ସି ଏକ ହାଇବ୍ରିଡ୍‌ କାର୍‌-ଏୟାରକ୍ରାଫ୍ଟ ଆବିଷ୍କାର କରିଥିଲେ, ଯାହାର ନାଁ ‘ଏବିୟ ମିର୍‌ଜାର’ ରଖାଯାଇଥିଲା। କିନ୍ତୁ ବିମାନର ଉଡ଼ାଣ ପରୀକ୍ଷଣ ସମୟରେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ଆଉ ଏଥିରେ ହେନେରୀଙ୍କ ମୃତ୍ୟୁ ଘଟିଥିଲା।

You might also like