Below header

Nokia ଆଣିବାକୁ ଯାଉଛି ୩ଟି କ୍ୟାମେରାଯୁକ୍ତ ସବୁଠାରୁ ଶସ୍ତା ସ୍ମାର୍ଟଫୋନ୍‌, ରହିଛି ଏସବୁ ଆକର୍ଷଣୀୟ ଫିଚର

ଏଚ୍‌ଏମ୍‌ଡି ଗ୍ଲୋବାଲ (HMD Global) ନିଜ ନୂଆ ବଜେଟ୍‌ ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ କରିବାକୁ ଯାଉଛି। ନିକଟରେ କମ୍ପାନୀ Nokia 2.3 ଲଞ୍ଚ୍‌ କରିବାକୁ ଘୋଷଣା କରିଛି। ଏଚ୍‌ଏମ୍‌ଡି ଗ୍ଲୋବାଲ କହିଛନ୍ତି Nokia 2.3 କୁ ଡିସେମ୍ବର ୨୭ ତାରିଖରେ ଲଞ୍ଚ୍‌ କରାଯିବ। ଏହି ଫୋନ୍‌ରେ ଅନେକ ଆକର୍ଷଣୀୟ ଫିଚର ଦିଆଯାଇଥିଲେ ମଧ୍ୟ ଦାମ୍‌ କିନ୍ତୁ ରହିଛି ଖୁବ୍‌ ଶସ୍ତା। କୁହାଯାଉଛି ଯେ Nokia 2.3 ମାତ୍ର ୮,୧୯୯ ଟଙ୍କାରେ ଉପଲବ୍ଧ ହେବ।

କମ୍ପାନୀ ଫୋନ୍‌ ସହ ଲଞ୍ଚିଂ ଅଫର ଦେବାକୁ ମଧ୍ୟ ଘୋଷଣା କରିଛି। ଏହି ଫୋନ୍‌କୁ ମାର୍ଚ୍ଚ ୩୧ ପୂର୍ବରୁ କିଣିଥିବା ଗ୍ରାହକଙ୍କୁ ବର୍ଷେ ପର୍ଯ୍ୟନ୍ତ ରିପ୍ଲେସମେଣ୍ଟର ଗ୍ୟାରେଣ୍ଟି ମିଳିବ।

Cyan Green, Sand ଓ Charcoal ପ୍ରମୁଖ ତିନିଟି ରଙ୍ଗରେ ଉପଲବ୍ଧ ହେବ। ଏଥିରେ ୨ ଜିବି ରାମ୍‌ ଓ ୩୨ ଜିବି ଷ୍ଟୋରେଜ୍‌ ରହିଛି।

Nokia 2.3 ର ଫିଚର

Nokia 2.3 ରେ ୬.୧ ଇଞ୍ଚ୍‌ର HD+ ଡିସ୍‌ପ୍ଲେ ଦିଆଯାଇଛି, ଏଥିରେ ସେଲ୍ଫି ନଚ୍‌ ରହିଛି। ଏଥିରେ MediaTek Helio A22 ର ଚିପ୍‌ସେଟ୍‌ ଦିଆଯାଇଛି। ଫୋନ୍‌କୁ MicroSD କାର୍ଡ ମାଧ୍ୟମରେ 400GB ଷ୍ଟୋରେଜ୍‌କୁ ବଢ଼ାଯାଇପାରିବ।

Nokia 2.3 ର କ୍ୟାମେରା:

Nokia 2.3 ରେ ତିନିଟି କ୍ୟାମେରା ରହିଛି। ରିୟରରେ ୧୩ ମେଗାପିକ୍ସେଲ୍‌ ସେନ୍‌ସର ଓ ଏକ ୨ ମେଗାପିକ୍ସେଲ ଡେପ୍‌ଥ ସେନ୍‌ସର ରହିଛି। ସେଲ୍‌ଫି ପାଇଁ ଫୋନ୍‌ରେ ୫ ମେଗାପିକ୍ସେଲର କ୍ୟାମେରା ରହିଛି। ଏଥିରେ Bokeh effects ସହ ପୋଟ୍ରେଟ୍‌ ମୋଡ୍‌ ବି ଦିଆଯାଇଛି। ଫୋନ୍‌ରେ LED ଫ୍ଲାସ୍‌ ମଧ୍ୟ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.