ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ, ଉଦ୍ଧାର କରି ଡିଫ୍ୟୁଜ୍ ବେଳେ ବ୍ଳାଷ୍ଟ ହୋଇ ସିଆରପିଏଫ ଅଧିକାରୀ ଗୁରୁତର

ମାଲକାନଗିରି(କେନ୍ୟୁଜ୍):  ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସିଆରପିଏଫ ଅଫିସର ଗୁରୁତର। ମିଳିଥିବା ସୂଚନା ମୁତେବକ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ କିଷ୍ଟାରାମ ଜଙ୍ଗଲରେ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇଁନ ଉଦ୍ଧାର କରି ଡ଼ିଫୟୁଜ କଲାବେଳେ ଜଣେ CRPF ଅଧିକାରୀ ଗୁରୁତର। ଅଧିକାରୀ ଜଣଙ୍କ ୨୦୮ ବାଟାଲିୟନର ଡେପୁଟି କମାଣ୍ଡେଣ୍ଟ ।

crpf

ଲ୍ୟାଣ୍ଡମାଇଁନ ବିସ୍ଫୋରଣ ଯୋଗୁଁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ଗୁରୁତର CRPF ଅଫିସରଙ୍କୁ ହେଲିକ୍ୟାପ୍ଟର ଯୋଗେ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମାଓବାଦୀମାନେ ସୁରକ୍ଷା ବାହିନୀଙ୍କ ଅପରେସନ ବେଳେ କ୍ଷତି ପହଞ୍ଚାଇବା ପାଇଁ ଏହି  ଲ୍ୟାଣ୍ଡମାଇଁନ ଖଞ୍ଜିଥିବା ଜଣାପଡିଛି।