Below header

ଭଉଣୀ ଲଭ ମ୍ୟାରେଜକୁ ସହିପାରିଲାନି ଭାଇ, ପୋଡି ହତ୍ୟା କରି ଶବକୁ କଲା ଗାୟବ

ଯୁବତୀଙ୍କୁ ମହଙ୍ଗା ପଡିଲା ଅନ୍ୟ ଜାତିର ଯୁବକକୁ ପ୍ରେମ କରି ବିବାହ କରିବା। ଯୁବତୀଙ୍କ ଏହି ଭୁଲ ପାଇଁ ତାଙ୍କୁ ଜୀବନ ହାରିବାକୁ ପଡିଛି। ପ୍ରେମ କରି ଅନ୍ୟ ଜାତିର ପୁଅକୁ ବିବାହ କରିବାକୁ ସହିପାରିଲେନି ପରିବାର ଲୋକେ। ଭଉଣୀକୁ ଭରଷା ଦେଇ ଘରକୁ ଡାକି ପୋଡି ମାରିଦେଲେ ନିଜ ଭାଇ।

bibaଏଭଳି ଏକ ଚାଞ୍ଚଲ୍ୟକର ଖବର ଘଟିଛି ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାରେ। ଯୁବତୀଙ୍କୁ ପ୍ରେମ କରିବ ବିବାହ କରିବା ମହଙ୍ଗା ପଡିଗଲା। ଆଉ ଏହାର ଦାମ୍‌ ତାକୁ ତାର ଜୀବନ ହରାଇଦେବାକୁ ପଡିଛି। ସୂଚନା ଅନୁଯାୟୀ ଯୁବତୀଜଣକ ଅନ୍ୟ ଜାତିର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ତେବେ ଏହାକୁ ପରିବାର ଲୋକେ ଗ୍ରହଣ କରୁନଥିଲେ ।

ବାଧ୍ୟ ହୋଇ ଯୁବତୀ ଜଣକ ପ୍ରେମିକଙ୍କ ସହିତ ଦିଲ୍ଲୀ ଫେରାର ହୋଇଯାଇଥିଲେ । ପରିବାର ଲୋକଙ୍କୁ କିଛି ନକହି ଦୁହେଁ ମନ୍ଦିରରେ ବିବାହ କରିନେଇଥିଲେ । କିନ୍ତୁ ଯୁବତୀଙ୍କ ଭାଇମାନେ ଏହାକୁ ଆଦୌ ସହଜରେ ଗ୍ରହଣ କରିପାରିଲେନି । ଭୁଲିଗଲେ ଭାଇ ଭଉଣୀର ପବିତ୍ର ସର୍ମ୍ପକକୁ।

marriageଚକ୍ରାନ୍ତ କରି ଭାଇମାନେ ଭଉଣୀ ଏବଂ ତାଙ୍କ ପ୍ରେମିକଙ୍କୁ ଘରକୁ ଡକାଇଥିଲେ । ପରିବାର ଲୋକେ ସ୍ବୀକାର କରିନେବେ ଭାବି ସେମାନେ ଦିଲ୍ଲୀରୁ ଉତ୍ତର ପ୍ରଦେଶର ମୈନପୁରରେ ପହଞ୍ଚିଥିଲେ । କିନ୍ତୁ ଭାଇ ଅନ୍ୟ ଭାଇ ମାନଙ୍କ ସହିତ ମିଶି ଭଉଣୀକୁ ହତ୍ୟା କରିବା ପରେ ଶବକୁ ଗାଏବ କରି ଜାଳି ଦେଲେ ।

ତେବେ ପ୍ରେମିକଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିବା ସହିତ ଯୁବତୀଙ୍କ ଜଣେ ଭାଇକୁ ଘରୁ ଗିରଫ କରିଛି। ଅଭିଯୋଗ ଆଧାରରେ ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ ଜାରି ରଖିଛି । ଦିଲ୍ଲୀ ପୋଲିସ ମୈନପୁରୀ ପହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଶବକୁ ଖୋଜି ଜେସିବି ସାହାଯ୍ୟରେ ଖେତକୁ ଖୋଳିଲେ କିନ୍ତୁ ଏବେପଯ୍ୟର୍ନ୍ତ ଶବକୁ ଜବତ କରିପାରିନି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.