କଟକ ବାଲିଯାତ୍ରା ହେବ ପ୍ଲାଷ୍ଟିକ ଓ ଆବର୍ଜନା ମୁକ୍ତ, ମହାନଦୀରେ ହେବ ବୋଟିଂ ସାଙ୍ଗକୁ ଲାଇଟ ସାଉଣ୍ଡ ସୋ

କଟକ(କେନ୍ୟୁଜ୍): କଟକ ବାଲିଯାତ୍ରା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ। କଟକ ମହାନଗର ନିଗମ ସମ୍ମିଳନୀରେ କକ୍ଷରେ ବୈଠକ। କଟକ ଜିଲ୍ଲାପାଳ, ସିଏମସି କମିଶନର, ମେୟର, ଚୌଦ୍ୱାର-କଟକ ବିଧାୟକ, ବାରବାଟୀ-କଟକ ବିଧାୟକ, ଡେପୁଟି ମେୟର, ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ବିଭିନ୍ନ ୱାର୍ଡର କର୍ପୋରେଟର ଉପସ୍ଥିତ ଥିଲେ। ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଥିଲା। ବାଲିଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ ଓ ଆବର୍ଜନା ମୁକ୍ତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି।

ବାଲିଯାତ୍ରାରେ ଏଥର ନୂଆ କଣ?

  •  ଦୋକାନୀଙ୍କୁ ପ୍ଲାଷ୍ଟିକ ବୋତଲ ଫେରାଇଲେ ମିଳିବ କ୍ୟାସ ବ୍ୟାକ। ପାଞ୍ଚ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଗ୍ରାହକଙ୍କୁ ଫେରାଇବା ପାଇଁ ପ୍ରସ୍ତୁତ ହେଉଛି ଯୋଜନା।
  • ବିଶ୍ୱ ରେକର୍ଡ ପାଇଁ ଯୋଜନା। ମହାନଦୀରେ ଦଶ ହଜାର ହାତ ତିଆରି ଡଙ୍ଗା ଭସାଇବା ପାଇଁ ଯୋଜନା।
  • ମହାନଦୀରେ ବୋଟିଂ ସାଙ୍ଗକୁ ଲାଇଟ ସାଉଣ୍ଡ ସୋ।
  • କ୍ଷୁଦ୍ର ବ୍ୟବସାୟୀଙ୍କୁ ସାମାଜିକ କଲ୍ୟାଣ ଯୋଜନାରେ ସାମିଲ କରିବା ପାଇଁ ଯୋଜନା।
  • ସହରର ବିଭିନ୍ନ ପ୍ରବେଶ ପଥରେ ହେବ ଆକର୍ଷଣୀୟ ସ୍ୱାଗତ ତୋରଣ।
  • ସହର ଭିତରେ ବିଭିନ୍ନ ସ୍ଥାନରେ ଲଗାଯିବ ବାଲିଯାତ୍ରା ସମ୍ପର୍କିତ ହୋଡିଂ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.