ବିଶ୍ୱକପ୍‌ ଲଢେଇ ପୂର୍ବରୁ ବୟକଟ୍‌ ବିବାଦ: ଭାରତ-ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଅଧିକାରୀଙ୍କ ବୟାନ ବାଜି

କେନ୍ୟୁଜ୍(ବ୍ୟୁରୋ): ବିଶ୍ୱକପ୍‌ ଲଢେଇ ପୂର୍ବରୁ ବୟକଟ୍‌ ବିବାଦ । ରବିବାର ଭାରତ-ପାକିସ୍ତାନ ମ୍ୟାଚ୍‌ । ଏହା ପୂର୍ବରୁ ଦୁଇ ଦେଶର କ୍ରିକେଟ୍‌ ବୋଡ୍‌ଙ୍କ ବୟାନ ବାଜି ଚର୍ଚ୍ଚାର କେନ୍ଦ୍ରବୁନ୍ଦି ପାଲଟିଛି । ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ଏସିଆ କପ୍‌କୁ ନେଇ ବିବାଦ ବଢିବାରେ ଲାଗିଛି । ବିସିସିଆଇ ସଚିବ ଜୟ ଶାହା ସ୍ପଷ୍ଟ ଶୁଣାଇଛନ୍ତି, ଭାରତ ଏହି ଟୁର୍ଣ୍ଣାମେଣ୍ଟ ଖେଳାବାକୁ ପାକିସ୍ତାନ ଯିବ ନାହିଁ । ଏହାପରେ ପିକିସ୍ତାନ କ୍ରିକେଟ୍‌ ବୋର୍ଡ ଆପତ୍ତି ଜାହିର କରିଛି ।

ସେ ମଧ୍ୟ ଆସନ୍ତାବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌କୁ ବୟକଟ୍‌ କରିବାକୁ ଚେତାବନୀ ଶୁଣାଇଛି । ପାକିସ୍ତାନ କ୍ରିକେଟ ବୋର୍ଡର ବୟାନ ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର। କହିଛନ୍ତି, କ୍ରିକେଟରେ ଭାରତକୁ କେହି ଅଣଦେଖା କରିପାରେନି। ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର ସମସ୍ତ ମ୍ୟାଚ ଭାରତରେ ହେବ । ଟିମ୍‌ ଇଣ୍ଡିଆ ଏସିଆ କପ୍‌ ପାଇଁ ପାକିସ୍ତାନ ଗସ୍ତ କରିବ କି ନାହିଁ, ଏହା ଉପରେ ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ନେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.