Below header

 ରାଜଧାନୀରେ ଚାଲିଥିଲା ବେଆଇନ ବାଣ ବିକ୍ରି: ଚଢ଼ାଉ କଲା କ୍ୟାପିଟାଲ ଥାନା ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଚାଲିଥିଲା ବେଆଇନ ବାଣ ବିକ୍ରି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କଲା କ୍ୟାପିଟାଲ ଥାନା ପୋଲିସ । କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ ୱାନ ହାଟ ପରିସରରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ବାଣ ଗଛିତ ହୋଇ ଥିଲା । ନିଜେ ଥାନାଧିକାରୀ ପଦ୍ମନାଭ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଏହି ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୁଳା ପୁଳା ବାଣ ଜବତ କରିଥିଲା ପୋଲିସ । ଜବତ ବାଣର ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କା ହେବ ବୋଲି ଆଶଙ୍କା କରାଯାଇଛି ।

ଚଢ଼ାଉର କିଛି ସମୟ ପୂର୍ବରୁ ଭୁବନେଶ୍ୱର ଡିସିପିଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । କେବଳ ସ୍ୱୀକୃତି ପ୍ରାପ୍ତ ଦୋକାନୀ ବାଣ ବିକ୍ରି କରିବେ ବୋଲି ସ୍ପଷ୍ଟ ଭାବେ ଦର୍ଶାଯାଇଥିଲା । ଏହାଛଡା ଅଗ୍ନିଶମ ନିୟମାବଳୀକୁ କଡାକଡି ମଧ୍ୟ କରାଯାଇଛି । ଯେହେତୁ ଦୁଇ ବର୍ଷ ପରେ ଆଲୋକର ପର୍ବ ଦୀପାବଳି ରେ ବାଣ ଫୁଟାଇବାର ଅନୁମତି ମିଳିଛି, ତେଣୁ ଏହାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବାକୁ ରାଜଧାନୀବାସୀଙ୍କୁ ଅନୁରୋଧ କରିଛି କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.