ଅଶୁଭ ସଂକେତ : ଏ ବର୍ଷ ଦୀପାବଳିରେ ସୂର୍ଯ୍ୟ ଗ୍ରହଣ ତ ଦେବ ଦୀପାବଳିରେ ଲାଗିବ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ଏହାର ସଂକେତ

ଏଥର କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ଲାଗୁଛି । ସେହିପରି ଦୀପାବଳି ଠିକ୍‌ ଗୋଟିଏ ଦିନ ପରେ ଲାଗୁଛି ସୂର୍ଯ୍ୟ ଗ୍ରହଣ ଓ ଦେବ ଦୀପାଳି ଦିନ ଚନ୍ଦ୍ର ଗ୍ରହଣ । ଗୋଟିଏ ମାସରେ ଦୁଇଟି ଗ୍ରହଣ ପଡୁଥିବାରୁ ରାଶି ଉପରେ ଅଲଗା ଅଲଗା ପ୍ରଭାବ ପଡିବ । ଏହାସହ ଦଶହରା ଦିନ ବର୍ଷାକୁ ମଧ୍ୟ ଶୁଭ ସଂକେତ ବୋଲି ଗ୍ରହଣ କରାଯାଏ ନାହିଁ ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତି ବର୍ଷ କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ ଦେବ ଦୀପାବଳି ପାଳନ କରାଯାଏ । କାର୍ତ୍ତିକ ପୂର୍ଣ୍ଣିମା ମଙ୍ଗଳବାର ୮ ନଭେମ୍ବର ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଦେବ ଦୀପାବଳି ଗୋଟିଏ ଦିନ ପୂର୍ବରୁ ୭ ନଭେମ୍ବର ସୋମବାର ପାଳନ କରାଯିବ ।

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଣକୁ ବିଶେଷ ଭାବେ ମନାଯାଏ । ପୂର୍ବ ଭାରତର କିଛି ସ୍ଥାନକୁ ଛାଡି ପ୍ରାୟ ସବୁ ଜାଗାରେ ଗ୍ରହଣ ଖଣ୍ଡଗ୍ରାସ ଭାବେ ଦେଖାଯିବ । ଗ୍ରହଣ ଯୋଗୁ କିଛି ରାଶି ଉପରେ ଖରାପ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା କ’ଣ ସେହି ରାଶି ।

ବୁଷ ରାଶି : ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଗ୍ରହଣ ସମୟରେ ବିଶେଷ ଧ୍ୟାନ ରଖିବା ଉଚିତ୍‌ । ଆପଣଙ୍କ ମାନସିକ ସନ୍ତୁଳନରେ ବାଧା ସୃଷ୍ଟି ହେବ ।

ମିଥୁନ ରାଶି : ଏହି ରାଶିର ବ୍ୟକ୍ତି ଗ୍ରହଣ ସମୟରେ ନିଜର ଆର୍ଥିକ ବଜେଟ ଉପରେ ଧ୍ୟାନ ରଖିବା ଉଚିତ୍‌ । ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି ହୋଇପାରେ । ଜୀବନସାଥୀଙ୍କ ସହ ଅମେଳ ହୋଇପାରେ ।

କନ୍ୟା ରାଶି : ଆର୍ଥିକ ସ୍ଥିତି ବିଗିଡି ପାରେ । ନିବେଶ କରିବା ପୂର୍ବରୁ କୌଣସି ବଡ ଲୋକଙ୍କ ଉପଦେଶ ନିଅନ୍ତୁ ।

ତୁଳା ରାଶି : ଏହି ରାଶି ଉପରେ ଗ୍ରହଣ ପ୍ରଭାବ ଅଧିକ ପଡିବ । ଆର୍ଥିକ କ୍ଷତି ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହୁଅନ୍ତୁ ।

ବିଚ୍ଛା ରାଶି : ଏହି ରାଶିର ଲୋକେ ଆର୍ଥିକ କଷ୍ଟର ସାମନା କରିପାରନ୍ତି । ଧନ ହାନୀ ହୋଇପାରେ । ଟଙ୍କା ପଇସାକୁ ନେଇ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ । କେଉଁଠି ଟଙ୍କା ଲଗାନ୍ତ୍‌ୁ ନାହିଁ ।

ମକର ରାଶି : ଏହି ରାଶିର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗ୍ରହଣର ସବୁଠୁ ବଡ଼ ପ୍ରଭାବ ପଡିବ । ଆପଣ ଧୈର୍ଯ୍ୟ ଧରିବା ଉଚିତ୍‌ ହେବ । କୌଣସି କଥାକୁ ନେଇ ମନ ଅଶାନ୍ତି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.