ଖେଳନା ବନ୍ଧୁକରେ ରାହାଜାନୀ, ଏମିତି ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି କଟକ ସଦର ଥାନା ପୋଲିସ

କଟକ(କେନ୍ୟୁଜ୍): ସୋସିଆଲ ମିଡିଆ ରିଲ୍‌ରୁ ରିଅଲ କ୍ରାଇମ। ଖେଳନା ବନ୍ଧୁକରେ ଅନ୍ଧାର ରାତିରେ ଡକାୟତି। କଟକ-ଭୁବନେଶ୍ୱର ଜାତୀୟ ରାଜପଥରେ ଡକାୟତି, ଛିନ୍‌ତାଇ, ଲୁଟ କରୁଥିବା ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି କଟକ ସଦର ଥାନା ପୋଲିସ। ଡକାୟତି ଗ୍ୟାଙ୍ଗର ୭ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି।

ସେମାନଙ୍କ ଠାରୁ ଗୋଟିଏ କାର, ୩ଟି ବାଇକ, ଗୋଟିଏ ଖେଳନା ବନ୍ଧୁକ, ୩୫ଗ୍ରାମ ସୁନା, ୨୦ଟି ୱାକିଟକି, ୧୩ଟି ଫୋନ, ନଗଦ ୩୭ହଜାର ଟଙ୍କା ଓ ଗୋଟିଏ ଲୁହା ରଡ଼ ଜବତ ହୋଇଛି। ଗିରଫ ସମସ୍ତ ଅଭିଯୁକ୍ତ କଟକ ସହର ତଥା ଆଖପାଖ ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୩ଜଣ ଅଭିଯୁକ୍ତଙ୍କ ନାଁରେ ଏକାଧିକ ଥାନାରେ ମାମଲା ରହିଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ଏହି ଗ୍ୟାଙ୍ଗର ସଦସ୍ୟ ମାନେ ବେଶ ସକ୍ରିୟ ଥିବା ଜଣାପଡ଼ିଛି। ଡକାୟତି ଗ୍ୟାଙ୍ଗ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.