Below header

ଚିଲିକାରେ ବଢ଼ିଛି ପକ୍ଷୀ ସଂଖ୍ୟା: ଚଳିତ ବର୍ଷ ଆସିଛନ୍ତି ୧୦, ୭୪, ୧୭୩ ପକ୍ଷୀ

ଟାଙ୍ଗୀ(କେନ୍ୟୁଜ୍):  ଚିଲିକା ହ୍ରଦକୁ ଚଳିତ ବର୍ଷ ଆସିଛନ୍ତି ଅଧିକ ପକ୍ଷୀ। ଗତ ବର୍ଷ ତୁଳନାରେ ୧ ଲକ୍ଷ ୪୨ ହଜାର ଅଧିକ ପକ୍ଷୀ ଆସିଥିବା ଗଣନାରୁ ଜଣା ପଡିଛି। ଉଉୟ ବିଦେଶାଗତ ଓ ସ୍ଥାନୀୟ ପକ୍ଷୀ ସଂଖ୍ୟାରେ ବୃଦ୍ଧି ହୋଇଛି। ଚଳିତ ବର୍ଷ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ପକ୍ଷୀ ଚିଲିକାକୁ ଆସିଛନ୍ତି। ୨୦୨୨ରେ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ପକ୍ଷୀ ଆସିଥିଲେ।

ସେହିପରି ଚିଲିକାକୁ ଚଳିତ ବର୍ଷ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ ହଜାର ୪୯ ବିଦେଶାଗତ ପକ୍ଷୀ ଆସିଥିବା ବେଳେ ଗତ ବର୍ଷ ଏ ସଂଖ୍ୟା ଥିଲା ୧୦ ଲକ୍ଷ ୩୬ ହଜାର ୨୨୦। ଆଜି ଚିଲିକାରେ ପକ୍ଷୀ ଗଣନା କରାଯାଇଥିଲା। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏ ଗଣନା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.