କଟକ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ଆତ୍ମହତ୍ୟା ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କଟକ(କେନ୍ୟୁଜ୍):କଟକରେ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା ଘଟଣାରେ ଭିନ୍ନ ମୋଡ଼। ଆତ୍ମହତ୍ୟା ନୁହେଁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ। ଏନେଇ ମର୍କତ ନଗର ଥାନାରେ ଏତଲା ଦେଲେ ମୃତକଙ୍କ ପରିବାର । ସୁବାସ ବିହାରୀଙ୍କ ପତ୍ନୀ ଅପରାଜିତା ରାୟ ଓ ଶାଳକଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି ସୁବାସଙ୍କ ମାଆ ।

ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା କହିଛନ୍ତି । ସେପଟେ ପରମ୍ପରା ଅନୁଯାୟୀ ସୁବାସ ବିହାରୀଙ୍କ ଶେଷକୃତ୍ୟ କରାନଯାଇ ପରିବାରକୁ ଏଥିରୁ ଦୂରେଇ ରଖି ପୁରୀରେ ଅନ୍ତ୍ୟେଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.