କୋଲକାତାରୁ ସାଇବର ଠକ ପ୍ରଶାନ୍ତ ଦ୍ୱିବେଦୀକୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(କେନ୍ୟୁଜ୍):କୋଲକାତାରୁ ବଡ଼ ସାଇବର ଠକ ଗିରଫ । କୋଲକାତାରୁ ସାଇବର ଠକ ପ୍ରଶାନ୍ତ ଦ୍ୱିବେଦୀକୁ ଗିରଫ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ । ଫେକ୍‌ ଇମେଲ ଆଇଡି ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକି ନେଇଥିଲା ପ୍ରଶାନ୍ତ । ଭୁବନେଶ୍ୱର ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ୭୪ ଲକ୍ଷ ଟଙ୍କା ଠକିନେବା ପରେ ଅଭିଯୋଗ ହୋଇଥିଲା । ପ୍ରଶାନ୍ତକୁ ଆଲିପୁରରୁ ଗିରଫ କରିବା ପରେ ତାଠାରୁ ଏଟିମ କାର୍ଡ ଓ ଅନ୍ୟ ଡକୁମେଣ୍ଟ ଜବତ ହୋଇଛି।

ଗିରଫ ପରେ ଆଲିପୁର ସିଜେଏମ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ ରିମାଣ୍ଡରେ କଟକ ଆଣୁଛି କ୍ରାଇମବ୍ରାଞ୍ଚ । ବରିଷ୍ଠ ନାଗରିକଙ୍କ ଠାରୁ ବିଭିନ୍ନ ପର୍ଯ୍ୟାୟରେ ଲକ୍ଷାଧିକ ଟଙ୍କା ଠକେଇ ନେଇ କଟକ ସାଇବର ଥାନାରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଗତମାସରେ ଉତ୍ତର ପ୍ରଦେଶର ଲକ୍ଷ୍ମୌରୁ ଧର୍ମେନ୍ଦ୍ର କୁମାର ନାମକ ବ୍ୟକ୍ତିକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଧର୍ମେନ୍ଦ୍ର ଆଇଆରଡିଏଆଇ ନାମରେ ଫେକ୍‌ ୱେବସାଇଟ ଖୋଲି ଏହାକୁ ପ୍ରଶାନ୍ତକୁ ଦେଇଥିଲା। ଏହା ପରେ ପ୍ରଶାନ୍ତ ଦ୍ୱିବେଦୀ ଠକେଇ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.