ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚର ସତର୍କତା ଜାରି , ସାଇବର ଓ୍ଵାର୍ଲ୍ଡରେ ସାବଧାନ ରହିବା ଉପରେ ଦିଆଯାଇଛି ଗୁରୁତ୍ୱ

ଭୁବନେଶ୍ବର(କେନ୍ୟୁଜ୍) : ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚର ସତର୍କତା ଜାରି । ସାଇବର ଓ୍ଵାର୍ଲ୍ଡରେ ସାବଧାନ ରହିବା ଉପରେ ଗୁରୁତ୍ୱ ଦେଇଛି କ୍ରାଇମ୍‌ବ୍ରାଞ୍ଚ । ଅଜଣା ବ୍ୟକ୍ତିଙ୍କ ବନ୍ଧୁତ୍ୱ ଗ୍ରହଣ ନ କରିବା ପାଇଁ କୁହାଯାଇଛି । ସୋସିଆଲ ମିଡିଆ ଓ ଅନ ଲାଇନ ଆକାଉଣ୍ଟଧାରୀ ନିୟମିତ ପାସଓ୍ଵାର୍ଡ ବଦଳେଇବାକୁ କୁହାଯାଇଛି । ସେହିପରି ନିଜ ପିଲାଙ୍କ ଉପରେ ନଜର ରଖବାକୁ ଅବିଭାବକଙ୍କୁ ପରାମର୍ଶ ଦିଆଯାଇଛି । ଅଭିଯୋଗ ପାଇଁ ସ୍ୱତନ୍ତ୍ର ୱେବସାଇଟ୍ ଜାରି ହୋଇଛି । ଏନେଇ Cybercrime.gov.inରେ ଅଭିଯୋଗ କରିପାରିବେ । ସେହିପରି ଟ୍ଵିଟରରେ @CyberDostରେ ଅଭିଯୋଗ କରିହେବ । ସାଇବର ଅପରାଧ ରୋକିବାକୁ ଏଥିରେ ତଥ୍ୟ ରହିଛି । ସେପଟେ ସାଇବର ଅପରାଧ ଅଭିଯୋଗରେ ବାଲେଶ୍ୱରର ଜଣେ ଯୁବକ ରତନ ବେହେରାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଅଭିଯୁକ୍ତ ରତନ ଯୁବତୀଙ୍କ ସହ ହ୍ଵାଟ୍ସଆପରେ ଚାର୍ଟିଂ କରି ଘନିଷ୍ଠତା ବଢାଇଥିଲା । ପରେ ବିବାହର ପ୍ରତିଶ୍ରୁତି ଦେଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ବ୍ଲାକମେଲ କରିଚାଲିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.