Below header

ଅନ୍‌ଲାଇନ୍‌ରେ ଜିନିଷ ମଗାଉଥିଲେ ସାବଧାନ ! ରିଫଣ୍ଡ୍‌ ପାଇଁ କହି ଫୋନ୍‌ ପେ’ ଲିଙ୍କ୍‌ ମାଧ୍ୟମରେ  ଲୁଟିନେଲେ ୧୯ହଜାର ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ଅନ୍‌ଲାଇନ୍‌ରେ ଜିନିଷ ମଗାଉଥିଲେ, ସାବଧାନ । ଏବେ ଅନ୍‌ଲାଇନରେ ସପିଂ କରୁଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଲୁଟେରା । କଟକରୁ ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି । କଟକ ନୂଆବଜାରର ଜଣେ ଯୁବତୀ ସାଇବର ଲୁଟେରାଙ୍କ ଟାର୍ଗେଟର ଶିକାର ହୋଇଛନ୍ତି । ଅନ୍‌ଲାଇନ୍‌ ଡେଲିଭରିରୁ ପୁରୁଣା କପଡ଼ା ବାହାରିଥିଲା । ପରେ ଟଙ୍କା ରିଫଣ୍ଡ ପାଇଁ କହି ଫୋନପେ ଲିଙ୍କ୍‌ ମାଧ୍ୟମରେ ଲୁଟିନେଲେ ଲୁଟେରା । ଯୁବତୀଙ୍କୁ ନିଜର ଅନଲାଇନ ଅର୍ଡର ରିସିଭ କରିବା ପାଇଁ ଇ-କାର୍ଟରୁ ଏକ କଲ ଆସିଥିଲା।

ଯୁବତୀ ଜଣକ ଘରେ ନଥିବାରୁ ଅର୍ଡର ଟିକୁ ରିସିଭ କରିବା ପାଇଁ ତାଙ୍କ ମା’ଙ୍କୁ କଲ କରି କହିଥିଲେ । ହେଲେ ଏହା ଭିତରୁ ପୁରୁଣା କପଡ଼ା ବାହାରିଥିଲା । ଜିନିଷ ଫେରସ୍ତ କରିବା ପାଇଁ ସେହି ନମ୍ବରରେ ଡେଲିଭରି ବଏ ସହ ଯୋଗାଯୋଗ କରିଥିଲେ । ତେବେ ଫୋନ୍‌ ପେ’ନମ୍ବରରେ ଟଙ୍କା ଫେରସ୍ତ କରିଦେବୁ ବୋଲି କହିଥିଲା ଲୁଟେରା ।

ଫୋନ୍‌ ପେ’ ନମ୍ବର ନଥିବାରୁ ପଡ଼ୋଶୀଙ୍କ ନମ୍ବର ଦେଇଥିଲେ ଯୁବତୀ । ପରେ ଫୋନ ପେ’ରେ ଯେଉଁ ଲିଙ୍କ ଯିବ ତାକୁ କ୍ଲିକ କରିବାକୁ କହିଥିଲା ଲୁଟେରା । ତେବେ ସେହି ଲିଙ୍କ୍‌କୁ କ୍ଲିକ କଲା ପରେ ତାଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ଗାଏବ ହେଇଗଲା ୧୯ ହଜାର ଟଙ୍କା । ଏନେଇ ସାଇବର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.