Below header

ଆପଣଙ୍କ ଫୋନର ବ୍ୟାଟେରୀ ଶୀଘ୍ର ସରିଯାଉଛି କି? ତେବେ ଜାଣନ୍ତୁ ଏହାର ମୁଖ୍ୟ କାରଣ

ଫୋନକୁ ସବୁବେଳେ ବ୍ୟବହାର କରିବା ଦ୍ବାରା ବ୍ୟାଟେରୀ ଜଲଦି ଶେଷ ହୋଇଯାଇଥାଏ ଏବଂ ବ୍ୟାଟେରୀ ମଧ୍ୟ ଖରାପ ହୋଇଥାଏ। କେବଳ ଫୋନର ବ୍ୟବହାର ନୁହେଁ ବରଂ ମୋବାଇଲରେ କିଛି ନିର୍ଦ୍ଧିଷ୍ଟ ଆପ ରହିବା ଦ୍ବାରା ଏହା ଶୀଘ୍ର ଖରାପ ହେବା ଦେଖାଯାଇଥାଏ। ଆଜିକାଲି ଦୁନିଆରେ ଲୋକମାନେ ସ୍ମାର୍ଟଫୋନ ବିନା ଗୋଟେ ମିନିଟ ମଧ୍ୟ ରହିପାରୁ ନାହାନ୍ତି। ଆମ ମାନଙ୍କର ଜୀବନଶୈଳୀରେ ମୋବାଇଲର ଭୂମିକା ଏତେ ଗୁରୁତ୍ବପୂର୍ଣ୍ଣ ହୋଇଗଲାଣି ଯେ, ଆମେ ବିନା କାହାର ମେସେଜରେ ମଧ୍ୟ ମୋବାଇଲକୁ ଧରି ଚେକ କରିଥାଉ। ଏହି ସବୁ କାରଣରୁ ବ୍ୟାଟେରୀ ଶୀଘ୍ର ଡେଡ଼୍ ହୋଇଯାଇଥାଏ। ଫୋନରେ ସବୁ ସମୟରେ ଲାଗି ରହିଲେ ବ୍ୟାଟେରୀ ଲୋ ହେବା ସହିତ ବ୍ୟାଟେରୀ ଡ୍ରେନ ହୋଇଥାଏ। ଏହା ବ୍ୟତୀତ ବ୍ୟାଟେରୀ ଲୋ ହେବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଫୋନରେ ଥିବା ଗୁଗୁଲ୍ ପ୍ଲେ ଷ୍ଟୋର ଆପ୍।

ଆଇଫୋନ ହେଉ ଅବା ଆଣ୍ଡ୍ରଏଡ଼ ଫୋନ ଆପଣ କିଣିବା ସମୟରେ ନିଶ୍ଚିତ ଭାବେ ଏହାର ବ୍ୟାଟେରୀର ଅବଧି ବିଷୟରେ ଶୁଣିଥିବେ ଓ ଜାଣିଥିବେ । କିଣିବା ସମୟରେ ତ କମ୍ପାନୀ ମାନେ ବ୍ୟାଟେରୀର ଲଙ୍ଗ ଲାଷ୍ଟିଙ୍ଗ ବାବଦରେ ପ୍ରତିଶ୍ରୁତି ଦେଇଦିଅନ୍ତି । କିନ୍ତୁ କିଛି ଦିନ ଯିବା ପରେ ଫଳ କିନ୍ତୁ ଓଲଟା ହୁଏ । ଫୋନର ବ୍ୟାଟେରୀ ଖରାପ ହୋଇଯାଏ କିମ୍ବା ଅନ୍ୟ କୌଣସି ଅସୁବିଧା ବାହାରେ । କମ୍ପାନୀର ସର୍ଭିସିଙ୍ଗ ସେଣ୍ଟରରେ ନେଇ ଦେଲେ କିଛି ଜଣ ସଜାଡି ଦିଅନ୍ତି ତ କିଛି ଥର ସଜାଡି ନ ହେବା କାରଣରୁ ଫୋନ ପୁରାପୁରି ନଷ୍ଟ ହୋଇଯାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ନିଜ ଫୋନର ବ୍ୟାଟେରୀକୁ ଅଧିକ ଅବଧି ପର୍ଯ୍ୟନ୍ତ ସ୍ଥାୟୀ ରଖିପାରିବେ । ଆସନ୍ତୁ ସେ ବିଷୟରେ ଜାଣିବା ।

ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ଯାହାର ସ୍ମାର୍ଟଫୋନ୍ ବ୍ୟାଟେରୀ ଜଲଦି ଶେଷ ହେଇଯାଉଛି ତେବେ ଆଉ ଚିନ୍ତା କରନ୍ତୁ ନାହିଁ। ଏନେଇ ଆପଣ ଫୋନ ଖରାପ ହୋଇଯାଇଛି ବୋଲି ଭାବନ୍ତୁ ନାହିଁ। ବାସ୍ତବରେ ଗୁଗୁଲ୍ ପ୍ଲେ ଷ୍ଟୋର ଯୋଗୁଁ ଏହି ସମସ୍ୟା ଦେଖାଯାଇଥାଏ। ଗୁଗୁଲ୍ ପ୍ଲେ-ଷ୍ଟୋର ଆପରେ ଏକ ତ୍ରୁଟି ଘଟିଛି, ଯେଉଁ କାରଣରୁ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ଫୋନର ବ୍ୟାଟେରୀ ବହୁତ ଜଲଦି ଶେଷ ହୋଇଯାଉଛି।

ଏହି ବଗ୍ କାରଣରୁ OnePlus, Oppo ଏବଂ Asus ର ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତିମାନେ ପ୍ରଭାବିତ ହୋଇଛନ୍ତି କିନ୍ତୁ ପ୍ଲେ-ଷଷ୍ଟାର ଆପ୍‌ ଅପଡେଟ୍‌ କରିବା ପରେ ଏହି ସମସ୍ୟା ଦୂର ହୋଇଯାଇଛି। ସାମସଙ୍ଗ ଏବଂ ଭିଭୋର କିଛି ଉପଭୋକ୍ତା ମଧ୍ୟ ବ୍ୟାଟେରୀ ଜଲଦି ଶେଷ ହେବାର ସମସ୍ୟାରେ ପ୍ରଭାବିତ ହୋଇଛନ୍ତି କିନ୍ତୁ ଏହି ବଗ୍‌ ବିଷୟରେ କିଛି ଖାସ୍‌ ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ରିପୋର୍ଟ ଅନୁଯାୟୀ କୁହାଯାଉଛି, ୟୁଜର୍ସଙ୍କ ସ୍ମାର୍ଟଫୋନର ୭୦% ବ୍ୟାଟେରୀ କେବଳ ପ୍ଲେ-ଷ୍ଟୋର କାରଣରୁ ସରି ଯାଉଛି। ଗୁଗଲ୍‌ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ବୟାନ ଦେଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.