ଅଲିଭ ରିଡଲେ କଇଁଛଙ୍କ ପାଇଁ କାଳ ସାଜିବାକୁ ଯାଉଛି ସାମୁଦ୍ରିକ ଛଡ଼ ଅସାନି

କାକଟପୁର(କେନ୍ୟୁଜ): ଅଲିଭ ରିଡଲେ କଇଁଛଙ୍କ ପାଇଁ କାଳ ସାଜିବାକୁ ଯାଉଛି ସାମୁଦ୍ରିକ ଛଡ଼ ଅସାନି। କଇଁଛ ଛୁଆଙ୍କୁ ସୁରକ୍ଷା ଦେବାକୁ ଯାଇ ଅସ୍ଥାୟୀ ହାଚେରୀରେ ପଲିଥିନ ଘୋଡାଇଲା ଅସ୍ତରଙ୍ଗ ବନବିଭାଗ । ଅସ୍ତରଙ୍ଗ ଦେବୀନଦୀ ମୁହାଣ ନିକଟ ସମୁଦ୍ର ଉପକୂଳରେ ବିରଳ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରିଥାନ୍ତି।

କଇଁଛ ମାନେ ଅଣ୍ଡାଦାନ କରିସାରି ସମୁଦ୍ରକୁ ଫେରିଗଲା ପରେ ଅସ୍ତରଙ୍ଗ ବନାଞ୍ଚଳ ପକ୍ଷରୁ ସେଗୁଡିକୁ ସଂଗ୍ରହ କରାଯାଇ ଅସ୍ଥାଇ ହାଚେରୀରେ ରଖାଯାଇଥାଏ । ସେଥିରୁ ଶାବକ ସୃଷ୍ଟି ହେବାପରେ ସେମାନଙ୍କୁ ସମୁଦ୍ର ମଧ୍ୟରେ ଛାଡିଦିଆଯାଏ । ଚଳିତ ବର୍ଷ ଅସ୍ତରଙ୍ଗ ବନାଞ୍ଚଳ ପକ୍ଷରୁ ଜାହାନିଆ ,ଡାଳୁଅକଣି,ସହନ , ମୁହାଁଣମୁହଁ ଠାରେ ଚାରୋଟି ଅସ୍ଥାୟୀ ହାଚେରି ର୍ନିମାଣ କରାଯାଇଥିଲା।

ହାଚେରୀରେ ୬୨୦ଟି ବସାରୁ ୭୦ହଜାରରୁ ଅଧିକ ଅଣ୍ଡା ସଂଗ୍ରହ କରାଯାଇ ସୁରକ୍ଷିତ ରଖାଯାଇଛି । ସେଥିମଧ୍ୟରୁ ୩୫ ହଜାର ଅଲିଭରିଡ଼ଲ କଇଁଛ ଛୁଆଙ୍କୁ ସମୁଦ୍ରରେ ଛଡାଗଲାଣି । ଅବଶିଷ୍ଟ ଅଣ୍ଡାକୁ ବର୍ଷାରୁ ସୁରକ୍ଷା ଦେବାକୁ ଅସ୍ଥାୟୀ ହାଚେରି ଭିତରେ ପଲିଥିନ ପାଲକୁ ବିଛାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.