Below header

ଏତେ ତଳକୁ ଖସିଗଲା ମଣିଷ : ଗାଈ ସହ ଅପ୍ରାକୃତିକ ଯୌନ ସମ୍ପର୍କ! ଯୁବକ ଗିରଫ

ଉମରକୋଟ(କେନ୍ୟୁଜ): ଦେହର କାମନା ହାସଲ କରିବା ପାଇଁ ମଣିଷ ଯେ ଏତେ ତଳକୁ ଖସି ଯାଇପାରିବ ତାହା ଶୁଣିଲେ ବିଶ୍ୱାସ ହେଉନି। କାମାନ୍ଧ ମଣିଷ ଯେ ପଶୁକୁ ଦୁଷ୍କର୍ମ କରିପାରିବ ତାହା ସହଜରେ ବିଶ୍ୱାସ କରିହେଉନି । ବିଶ୍ବାସ ନହେଲେ ମଧ୍ୟ କଥାଟି ସତ।

ଜଣେ ଯୁବକ ନିଜର ଦେହର ଭୋକ ମେଣ୍ଟାଇବା ପାଇଁ ଗୋମାତା ସହ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିବାକୁ ପଛେଇ ନାହିଁ । ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଢେପଗୁଡ଼ା ଠାରେ । ଢେପଗୁଡ଼ାର ରଘୁ ବଂଶ କୁମାର ଝା ନିଜ ଘରେ କିଛି ଗାଈ ପାଳିଛନ୍ତି । ପ୍ରତିଦିନ ଭଳି ସେ ଗତକାଲି ରାତିରେ ନିଜ ଗାଈ ମାନଙ୍କୁ ଗୁହାଳରେ ବାନ୍ଧି ରଖିଥିଲେ । କିନ୍ତୁ ରାତି ସମୟରେ ଶେହେବାଜ ଖାନ୍ ନାମକ ଜଣେ ଯୁବକ ତାଙ୍କ ଗୁହାଳର କାନ୍ଥ ଡେଇଁ ଗୁହାଳରେ ପଶି ଗୋଟିଏ ଗାଈ ସହ ଦୁଷ୍କର୍ମ କରିଥିବା ସେ ନିଜ ସିସି ଟିଭି ଦେଖି ଜାଣିବା ପରେ ଘଟଣା ସମ୍ପର୍କରେ ଉମରକୋଟ ପୋଲିସକୁ ଜଣାଇଥିଲେ ଓ ସିସିଟିଭି ଫୁଟେଜକୁ ଦେଖାଇଥିଲେ ।

କିଛି ମାସ ହେବ ଗାଈ ସହ ଏଭଳି ହେଉଥିଲେ ମଧ୍ୟ ରଘୁ ଝା ଜାଣି ପାରୁ ନଥିଲେ। କିନ୍ତୁ ଗତକାଲି ରାତିର ଘଟଣା ନିଜ ସିସି ଟିଭିରେ ଦେଖିବା ପରେ ସେ ନିଜ ଆଖିକୁ ବିଶ୍ବାସ କରି ପାରିନଥିଲେ। ବର୍ତମାନ ଉମରକୋଟ ପୋଲିସ ଶେହେବାଜ ଖାନକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ, ସେ ଝାଡ଼ଖଣ୍ଡ ରାଜ୍ୟରୁ ଆସି ଏଠାରେ ରହୁଥିବା ଜଣାପଡ଼ିଛି। ତେବେ, ଏଭଳି ଘୃଣ୍ୟ ଏବଂ ପାଶବିକ କାମକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରିବା ସହ ଏଥିପାଇଁ କୋଠରରୁ କୋଠର ଦଣ୍ଡ ପାଇଁ ଦାବି କରିଛନ୍ତି ଗାଈ ମାଲିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.