ଚାରିଧାମ ଯାତ୍ରା ବେଳେ ୭ ଦିନରେ ଗଲାଣି ୨୦ ଜୀବନ; ଯାତ୍ରାକୁ ନ ଆସିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ

ଆରମ୍ଭ ହୋଇଛି ଚାରି ଧାମ ଯାତ୍ରା। ଯାତ୍ରା ଆରମ୍ଭ ହେବା ପୂର୍ବରୁ ପ୍ରଶାସନ ଓ ସରକାର କହିଥିଲେ ଯେ ଚଳିତ ଥର ଯାତ୍ରା ବେଳେ କୌଣସି ପ୍ରକାରର ଅବ୍ୟବସ୍ଥା ଉପୁଜିବ ନାହିଁ। କିନ୍ତୁ ଯାତ୍ରା ବେଳେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳିଛି। ଏବେ ଯାତ୍ରାରେ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି। ମେ’ ୨ ଅକ୍ଷୟ ତୃତୀୟା ଅବସରରେ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମରେ କପାଟ ଖୋଲିବା ସହ ଚାରି ଧାମ ଯାତ୍ରା ଆରମ୍ଭ ହୋଇଛି। ମେ’ ୬ରେ କେଦାରନାଥ ଧାମ ଓ ରବିବାର ବଦ୍ରିନାଥଙ୍କ କପାଟ ଖୋଲିଛି। ଚାରିଧାମ ଯାତ୍ରା ଏବେ ଆରମ୍ଭ ହୋଇଛି। ଅନ୍ୟପଟେ ଯାତ୍ରା ଆରମ୍ଭ ହେବାରୁ ଇତି ମଧ୍ୟରେ ୨୦ ଜଣଙ୍କ ଜୀବନ ଯାଇଛି। ପ୍ରଥମ ୬ ଦିନ ଭିତରେ ହିଁ ୧୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଅଧିକାଂଶ ମୃତ୍ୟୁ ହାର୍ଟ ଆଟାକ୍‌ରେ ହୋଇଥିବା ଜଣାଯାଇଛି। ଏହି କାରଣରୁ ଯାତ୍ରାକୁ ନ ଆସିବାକୁ କହିଛନ୍ତି ଉତ୍ତରାଖଣ୍ଡର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ।

ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ ଡିଜି ଡା. ଶୈଳଜା ଭଟ୍ଟ ସୋମବାର ଚାରିଧାମ ତୀର୍ଥ ଯାତ୍ରୀଙ୍କୁ ନିଜ ଯାତ୍ରାକୁ ସ୍ଥଗିତ କରିବାକୁ ଅନୁରୋଧ କରିଛନ୍ତି। ଇତି ମଧ୍ୟରେ ୨୦ ଜଣ ଯାତ୍ରୀଙ୍କ ଜୀବନ ଯାଇଥିବାରୁ ସେ ଶାରୀରିକ ସମସ୍ୟା ଥିବା ଯାତ୍ରୀଙ୍କୁ ଯାତ୍ରା ନ କରିବାକୁ ଅନୁରୋଧ କରିଛନ୍ତି।

ପୂର୍ବରୁ ଅନ୍ୟ ଶାରୀରିକ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କୁ ଅଧିକ ଉଚ୍ଚରେ ସ୍ଥିତ ପାହାଡ଼କୁ ଯାତ୍ରା କରିବା ଦ୍ୱାରା ସମସ୍ୟା ହେଉଛି। ପ୍ରଥମ ୬ ଦିନରେ ହିଁ ୧୬ ଜଣ ଯାତ୍ରୀ ଏହି ସମସ୍ୟା ଯୋଗୁ ଜୀବନ ହରାଇ ଥିବା ବେଳେ ସୋମବାର ୪ ଜଣ ଅନ୍ୟ ଯାତ୍ରୀଙ୍କ ନିଧନ ହୃଦୟ ସମ୍ବନ୍ଧୀୟ ସମସ୍ୟା ଯୋଗୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୨୦ ଛୁଇଁଛି। ଏବେ ଯାଏଁ ଯେତେ ବି ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି, ସେମାନଙ୍କ ମଧ୍ୟରୁ ଅଧିକ ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶ ( ଦୁଇ ରାଜ୍ୟରୁ ୫-୫ ଜଣ)ର ନିବାସୀ।


ସୋମବାର ଦିନ କେଦାରନାଥ ଧାମରେ ଶ୍ରଦ୍ଧାଳୁଙ୍କ ଭିଡ଼ ଏତେ ବଢ଼ି ଯାଇଥିଲା ଯେ ପୂର୍ବାହ୍ନ ୧୨ଟା ପରେ ୫୦୦୦ ଶ୍ରଦ୍ଧାଳୁଙ୍କୁ ସୋନ୍‌ପ୍ରୟାଗରେ ହିଁ ରୋକିବାକୁ ପଡ଼ିଥିଲା। ପ୍ରାୟ ୨୯ ହଜାର ଶ୍ରଦ୍ଧାଳୁ ସୋନପ୍ରୟାଗରୁ କେଦାରନାଥ ପାଇଁ ଯାତ୍ରା କରିଥିଲେ। ଅଟକି ଥିବା ଶ୍ରଦ୍ଧାଳୁ ବୋରିୟରରେ ପ୍ରବଳ ଗଣ୍ଡଗୋଳ କରିଥିଲେ। ପ୍ରଶାସନର ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଯମୁନୋତ୍ରୀ ଓ କୋଦାରନାଥରେ ଯାତ୍ରୀଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ପ୍ରସ୍ତୁତି ଜାରି ରହିଥିବା ଜଣାଯାଇଛି।

Also Read: ଆଜି ସୀତା ନବମୀ: ସଧବାମାନେ ଏହି ଉପାୟରେ କରନ୍ତୁ ମା’ ଜାନକୀଙ୍କ ପୂଜା, ସୁରକ୍ଷିତ ରହିବ ଶଙ୍ଖା ସିନ୍ଦୁର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.