Below header

ଓଡ଼ିଶାକୁ ଆସିବନି ବାତ୍ୟା କିନ୍ତୁ ୮ ଓ ୯ ତାରିଖରେ ୪ ଜିଲ୍ଲାରେ ପଡିବ ବାତ୍ୟାର ପ୍ରଭାବ

ଭୁବନେଶ୍ବର(କେନ୍ୟୁଜ୍):    ଓଡ଼ିଶା ପ୍ରତି ନାହିଁ ବାତ୍ୟା ବୁଲବୁଲର ଭୟ । ପ୍ରଭାବରେ ୮ ତାରିଖରୁ ବର୍ଷା ଲାଗି ରହିବ । କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି । ଆଜି ରାତିରେ ବୁଲବୁଲ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇପାରେ। ଏବେ ପଶ୍ଚିମବଙ୍ଗ,ବାଂଲାଦେଶ ଆଡକୁ ମୁହାଁଉଛି ବୁଲ୍‌ବୁଲ୍‌। ୧୦ ତାରିଖ ୧୨ଟାରେ ଲ୍ୟାଣ୍ଡଫଲ୍‌ କରିବ । ପଶ୍ଚିମବଙ୍ଗ-ବାଂଲାଦେଶ ସୀମାରେ ଲ୍ୟାଣ୍ଡଫଲ୍‌ କରିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ତେବେ ୯ ତାରିଖ ସଂଧ୍ୟାରେ ଚାନ୍ଦବାଲିଠାରୁ ୧୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ସମ୍ଭାବନା ରହିଛି । ୮ତାରିଖରେ ପୁରୀ, ଜଗତସିଂହପୁର, କେନ୍ଦ୍ରପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ବର୍ଷା ହେବ । ବିଶେଷକରି କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରବଳ ବର୍ଷିବ । ସେହପରି ୯ ତାରିଖ ଦିନ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଆଇଏମଡି ଡିଜି କହିଛନ୍ତି । ସେପଟେ କେନ୍ଦ୍ରାପଡା, ଜଗତସିଂହପୁର ଏବଂ ପୁରୀରେ ଦୁଇ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ୮ ଏବଂ ୯ ତାରିଖରେ ଏହି ତିନି ଜିଲ୍ଲାରେ ସ୍କୁଲ ବନ୍ଦ ରହିବ । ସାମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.