ନିଜ କ୍ଲିନିକରେ ରୋଗୀଙ୍କୁ ଯୌନ ଉତ୍ପୀଡ଼ନ କରୁଥିଲେ ଏହି ଡାକ୍ତର, ଜାଣନ୍ତୁ ତାଙ୍କ କଳା କାରନାମା

ଥିରୁଅନନ୍ତପୁରମ୍‌: ରୋଗୀଙ୍କୁ ଯୌନ ଉତ୍ପୀଡ଼ନ କରିବା ଅଭିଯୋଗରେ ପୋଲିସ ଜଣେ ଡାକ୍ତରଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଡା. ସନକାଲ କୁମାର(୫୪)। ସେ ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ଏ ନେଇ ସଂଗ୍ରହାଳୟ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଆଇପିସି ଦଫା ୩୭୬, ୩୫୪ଏ ଏବଂ ୩୫୪ବି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଏହି ଘଟଣା ଡାକ୍ତରଙ୍କ ନିଜ କ୍ଲିନିକ୍‌ରେ ଘଟିଥିଲା। ସଂଗ୍ରହାଳୟ ଏସ୍‌ଏଚ୍‌ଓ ବିଜୁଙ୍କ କହିବା ହେଲା, ଡାକ୍ତର ଜଣକ ପୂଜାପୂରା ଥାନା ଅଧୀନ ଥିରୁମାଲାର ନିବାସୀ। କିନ୍ତୁ ସେ ମ୍ୟୁଜିୟମ୍‌ ଥାନା ଅଧୀନ କୁରାବନକୋମ୍‌ରେ କ୍ଲିନିକ୍‌ ଚଲାଇଥିଲେ।

ଏହାସହ ପଢ଼ନ୍ତୁ: ବିଲେଇକୁ ଡରାଉଛି କାକୁଡ଼ି! ଦେଖନ୍ତୁ ଏହି ମଜାଦାର ଭିଡିଓ

ଅଭିଯୋଗ ଅନୁସାରେ, ଘଟଣାଟି ୨ ନଭେମ୍ବରର। ୨୫ ବର୍ଷୀୟ ଜଣେ ବ୍ୟକ୍ତି ନିଜ ଗଳା ଯନ୍ତ୍ରଣାର ଉପଶମ ପାଇଁ ଡାକ୍ତରଙ୍କ ପାଖକୁ ଆସିଥିଲେ। କିନ୍ତୁ ଡାକ୍ତର ଜଣକ ତାଙ୍କୁ ଚିକିତ୍ସା କରିବା ବଦଳରେ ତାଙ୍କର ଯୌନ ଉତ୍ପୀଡ଼ନ କରିବାକୁ ଲାଗିଲେ। ଏସ୍‌ଏଚ୍‌ଓ କହିଛନ୍ତି, ଗତ ମଙ୍ଗଳବାର ରୋଗୀ ଜଣକ ଏ ନେଇ ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ଆମେ ପ୍ରାଥମିକ ତଦନ୍ତ କରିବା ପରେ ମାମଲା ରୁଜୁ କରିଥିଲୁ। ଅଭିଯୋଗକାରୀ ଜଣେ ସିଭିସ୍‌ ସର୍ଭିସ୍‌ ଆଶାୟୀ। ସେ ଥିରୁଅନନ୍ତପୁରମ୍‌ରେ ରୁହନ୍ତି। ଅପରପକ୍ଷେ ପୋଲିସ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.