Below header

ବାତ୍ୟା ଫନି ପ୍ରଭାବରେ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି, ଦେଢ଼ କୋଟି ଲୋକେ ପ୍ରଭାବିତ

କେନ୍ୟୁଜ୍ : ବାତ୍ୟା ଫନି ପ୍ରଭାବରେ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି । ସରକାରୀ ରିପୋର୍ଟ ଅନୁସାରେ ପୁରୀ ଜିଲ୍ଲାରେ ସର୍ବାଧିକ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି କଟକରେ ୫, ଯାଜପୁରରେ ୪, ମୟୂରଭଞ୍ଜରେ ୪ ଏବଂ କେନ୍ଦ୍ରାପଡ଼ାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ବାତ୍ୟାରେ ୧୪ଟି ଜିଲ୍ଲାର ୧୫୫ ବ୍ଲକର ୧୬ ହଜାର ୬୭୪ ଗାଁ ପ୍ରଭାବିତ ହୋଇଛି । ଦେଢ଼ କୋଟି ଲୋକେ ଫନି ଯୋଗୁଁ ପ୍ରଭାବିତ ହୋଇଛନ୍ତି । ୫ ଲକ୍ଷ ୮ ହଜାର ଘର କ୍ଷୟକ୍ଷତି ହୋଇଥିବା ବେଳେ, ବିଦ୍ୟୁତ ଟାୱାର ଏବଂ ବିଦ୍ୟୁତ୍‌ ଖୁଣ୍ଟି ନଷ୍ଟ ହୋଇଛି । ପୁରୀ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ବ୍ୟାପକ କ୍ଷତି ଘଟିଥିବା ବେଳେ ପୁନରୁଦ୍ଧାର ନେଇ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.