Below header

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ, ଓଡ଼ିଶା ଆସିବେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରୁ ୫ ହଜାର କୁଶଳୀ ଶ୍ରମିକ

କେନ୍ୟୁଜ୍: ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ । ବିଶେଷ କରି ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦିଆଯାଉଛି । ବିଦ୍ୟୁତ ଯୋଗାଣ ପାଇଁ କୁଶଳୀ ଶ୍ରମିକ ମଗାଯାଇଛି । ଓଡ଼ିଶା ଆସିବେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରୁ ୫ ହଜାର କୁଶଳୀ ଶ୍ରମିକ । ଏନେଇ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ବିଜୁଳି ଯୋଗାଣ ପାଇଁ ୭୦୦୦ ଲୋକ ନିୟୋଜିତ ଅଛନ୍ତି । ବାତ୍ୟା ପରେ ୩୫ ଲକ୍ଷ ଉପଭୋକ୍ତା ବିଦ୍ୟୁତ ସେବାରୁ ବଞ୍ଚିତ ଅଛନ୍ତି । କେବଳ ହସ୍ପିଟାଲ, ଏୟାରପୋର୍ଟ ଓ ଷ୍ଟେସନରେ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଛି । ସେହିପରି ମୋବାଇଲ୍‌ ସେବାକୁ ସ୍ୱାଭାବିକ କରିବାକୁ ଅହରହ ଉଦ୍ୟମ ଚାଲିଛି । ଏଥିପାଇଁ ମଗାଯାଇଛି ସେଲ ଅନ୍‌ ହ୍ଵିଲ୍‌ । ମୋବାଇଲ ନେଟଓ୍ଵର୍କ ପାଇଁ ଏହା କାର୍ଯ୍ୟ କରିବ । ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ କ୍ରିୟାଶୀଳ ଓ ତ୍ୱରାନ୍ଵିତ କରିବା ପାଇଁ ବିଭିନ୍ନ ରାଜ୍ୟରୁ ଟିମ ମଗାଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.