ଓଡ଼ିଶା ନିକଟରେ ଫନି, କାଲି ସକାଳେ କରିବ ଲ୍ୟାଣ୍ଡଫଲ

ଓଡ଼ିଶା ନିକଟରେ ଫନି। ସମୟ ଗଡୁଛି, ପାଖେଇ ପାଖେଇ ଆସୁଛି। କାଲି ସକାଳେ ଲ୍ୟାଣ୍ଡଫଲ। ସମୟ ସକାଳ ୮ରୁ ୧୦। ଦିନ ୧୨ଟା ପର‌୍ୟ୍ୟନ୍ତ ରହିଛି ଲ୍ୟାଣ୍ଡଫଲ। ଗୋପାଳପୁରରୁ ଚାନ୍ଦବାଲି ମଝିରେ ପୁରୀ ନିକଟରେ ଅତିକ୍ରମ କରିବ ସ୍ଥଳଭାଗ। ଉପକୂଳ ଛୁଇଁବା ବେଳକୁ ଦକ୍ଷିଣ ଓଡ଼ିଶା ଉପକୂଳରେ ପବନର ବେଗ ରହିବ ୧୭୦ରୁ ୧୮୦। ଏହା ୨ଶହ କିଲୋମିଟର ପର‌୍ୟ୍ୟନ୍ତ ଯାଇପାରେ। ଉପକୂଳ ଓଡ଼ିଶାରେ ପବନର ବେଗ ୯୦ରୁ ୧୦୦ କିଲୋମିଟରୁ ୧୧୫ କିଲୋମିଟର ପର‌୍ୟ୍ୟନ୍ତ ଯାଇପାରେ।

ଏକ୍ଷ୍ଟ୍ରିମଲି ସିଭିଅର ସାଇକ୍ଲୋନିକ ଷ୍ଟର୍ମ ପୁରୀଠାରୁ ପ୍ରାୟ ୩ଶହ କିଲୋମିଟର ଦୂରରେ ରହିଛି। ରାତି ୧୧ଟା ୩୦ରେ ଫନି ପବନର ବେଗ ରହିବ ୧୭୫ରୁ ୧୮୫, କାଲି ସକଳ ୫ଟା ୩୦ରେ ୧୭୫ରୁ ୧୮୫, ସକାଳ ୧୧ଟା ୩୦ରେ ୧୭୦ରୁ ୧୮୦। କାଲି ରାତି ୧୧ଟା ୩୦ରେ ଏହା ଦୁର୍ବଳ ହୋଇ ଏକ୍ଷ୍ଟ୍ରିମ୍ଲି ସିଭିଅର ସାଇକ୍ଲୋନିକ ଷ୍ଟର୍ମରୁ ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ। ବାତ୍ୟା ଯୋଗୁଁ ଗଞ୍ଜମା, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲା ଉପକୂଳରେ ସମୁଦ୍ରଜୁଆର ସାମନ୍ୟଠାରୁ ଦେଢ଼ ମିଟର ଅଧିକ ଉଚ୍ଚ ରହିବ।

ବାତ୍ୟାଯୋଗୁଁ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା,ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ୱରରେ କ୍ଷୟକ୍ଷତି ଅଧିକ ହେବା ଆଶଙ୍କା ରହିଛି। ତେଣୁ ଏହି ଜିଲ୍ଲାରେ ଲୋକଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଇଛି।

ଓଡ଼ିଶା ନିକଟରେ ଫନି

ସମୟ ଗଡୁଛି ପାଖେଇ ଆସୁଛି

କାଲି ସକାଳେ ଲ୍ୟାଣ୍ଡଫଲ

ସମୟ ସକାଳ ୮ରୁ ୧୦

ପୁରୀ ନିକଟରେ ଲ୍ୟାଣ୍ଡଫଲ୍

ଲ୍ୟାଣ୍ଡଫଲ୍ ସମୟରେ

– ଉପକୂଳରେ ପବନର ବେଗ ୧୭୦- ୧୮୦

– ପବନର ବେଗ ୨ଶହ କିଲୋମିଟର ପର‌୍ୟ୍ୟନ୍ତ ଯାଇପାରେ

– ଦକ୍ଷିଣ ଓଡ଼ିଶା ଉପକୂଳରେ ପବନର ବେଗ ୯୦-୧୦୦

– ଉପକୂଳ ଓଡ଼ିଶାରେ ପବନର ବେଗ ୯୦-୧୧୫

-ଫନିର ସ୍ଥିତି

ପୁରୀଠାରୁ ପ୍ରାୟ ୩ଶହ କିଲୋମିଟର ଦୂର

ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର

ସମୁଦ୍ରଜୁଆର ସାମନ୍ୟଠାରୁ ଦେଢ଼ ମିଟର ଅଧିକ ଉଚ୍ଚ

କ୍ଷୟକ୍ଷତି ଆଶଙ୍କା

ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.