ଆସନ୍ତା କାଲି ସକାଳ ୮.୩୦ ଡି.ପ୍ରକାଶ ରାଓଙ୍କ ମରଶରୀରକୁ ଦିଆଯିବ ଗାର୍ଡ ଅଫ ଅନର, ପ୍ରଶାସନ ତୁଲାଇବ ସବୁ ଦାୟିତ୍ବ

କଟକ(କେନ୍ୟୁଜ୍):  ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କର ଦେହନ୍ତରେ ଜିଲ୍ଳା ପ୍ରଶାସନ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଜିଲ୍ଳାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଆସନ୍ତା କାଲି ସକାଳ ତାଙ୍କର ୮.୩୦ ମି. ସମୟରେ ଗାର୍ଡ ଅଫ ଅନର ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ଦେଇଛନ୍ତି।

d prakash 2

ଏସ ସି ବି ମେଡିକାଲ ପରିସରରୁ ତାଙ୍କର ମୃତଦେହକୁ ନେଇ ଶେଷକୃତ୍ୟ ସମ୍ପନ୍ନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯିବା ନେଇ ଜିଲ୍ଳାପାଳ ନିଷ୍ପତ୍ତି ନେବା ସହ ସେଠାରେ ଉପସ୍ଥିତ ଥିବା ଡାକ୍ତରୀ ଦଳ, ସିିଡିଏମଓ, ସିଟି ସ୍ୱାସ୍ଥ୍ୟ ଅଧିକାରୀ ତଥା ମେଡିକାଲ ଓ ସିଏମସିର କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଖଣ୍ଡାୟତରାୟ ଙ୍କ ସମେତ ପ୍ରଶାସନିକ ଅଧିକାରୀ ଗଣ ଓ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।