ହାଇଦ୍ରାବାଦକୁ କାମ ପାଇଁ ଯାଇଥିଲେ ଦାଦନ,ଶବ ହୋଇ ଫେରିଲେ, ୩ ଗୁରୁତର

ହାଇଦ୍ରାବାଦକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ଜରଡ଼ା ଥାନା ପାତ୍ରପୁର ବ୍ଲକ ତୁରୁବୁଡି ପଂଚାୟତ ଝଗଡା ପଲ୍ଲୀ ଓ ଦିଗପହଣ୍ଡି ଥାନା ପିମ୍ପଳା ପଲ୍ଲୀ ଗ୍ରାମର ଚାରି ଯୁବକଙ୍କ ମଧ୍ୟରୁ ଜଣେ ମୃତ ଓ ତିନି ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି l କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର l ଆଉ ହାଇଦ୍ରାବାଦରୁ କିପରି ଶବ ଗାଁକୁ ଆସିବ ତାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ l

ଗଞ୍ଜାମ(କେନ୍ୟୁଜ): ହାଇଦ୍ରାବାଦକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ଜରଡ଼ା ଥାନା ପାତ୍ରପୁର ବ୍ଲକ ତୁରୁବୁଡି ପଂଚାୟତ ଝଗଡା ପଲ୍ଲୀ ଓ ଦିଗପହଣ୍ଡି ଥାନା ପିମ୍ପଳା ପଲ୍ଲୀ ଗ୍ରାମର ଚାରି ଯୁବକଙ୍କ ମଧ୍ୟରୁ ଜଣେ ମୃତ ଓ ତିନି ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି l କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର l ଆଉ ହାଇଦ୍ରାବାଦରୁ କିପରି ଶବ ଗାଁକୁ ଆସିବ ତାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ l

ସ୍ୱାମୀର ମୃତ୍ୟୁ ଖବର ପାଇ ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ, ପାଖରେ ଆତ୍ମୀୟ ସ୍ୱଜନଙ୍କ ଆଖିରୁ ବି ‘ ଲୁହ ଶୁଖୁନି l ଗାଁ  ଯେପରି ସ୍ତବ୍ଧ ପାଲଟି ଯାଇଛି ଏହି ଖବର ପାଇ l ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁରୁବୁଡି ପଂଚାୟତ ର ଆଦିବାସୀ ଗାଁ ଝଗଡାପଲ୍ଲୀ l ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ବିଶ୍ଵନାଥ ଦଳେଇ, ଅଭି ଦଳେଇ ଓ ନିରଞ୍ଜନ ଦଳେଇ ଯାଇଥିଲେ ହାଇଦ୍ରାବାଦ l ରବିବାର ଅପରାହ୍ନରେ ହଠାତ ହାଇଦ୍ରାବାଦ BDL ଥାନା ପୋଲିସ ନିକଟରୁ ଫୋନ ଆସିଲା ବିଶ୍ୱନାଥର ମୃତ୍ୟୁ ହୋଇଯାଇଛି l

ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ସେଠାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ଏହାପରେ ବିଶ୍ୱନାଥଙ୍କ ପରିବାର ଉପରେ ଯେପରି ଚଡକ ପଡିଯାଇଛି l  ମାଆ କହିଛନ୍ତି, ଆମର ଗୋଟିଏ ବୋଲି ପୁଅ ଆମକୁ ଛାଡି ଚାଲିଗଲା l ଝଗଡାପଲ୍ଲୀ ତିନି ଜଣଙ୍କ ସହ ଦିଗପହଣ୍ଡି ବ୍ଲକର ପିମ୍ପଳାପଲ୍ଲୀର ଜଣେ ଯୁବକ ଯାଇଥିଲେ ହାଇଦ୍ରାବାଦ କାମ କରିବା ପାଇଁ ଓ ଗୋଟିଏ ରୁମରେ ସେମାନେ ରହୁଥିଲେ କିନ୍ତୁ କଣ ଘଟଣା ହୋଇଛି ଜଣାପଡ଼ିନାହିଁ l

ମାତ୍ର ମୁଣ୍ଡ ଫାଟିଯିବା ଓ ଶରୀରରେ ଆଘାତ ଲାଗିଥିବା  ଫଟୋ  ପାଇଥିବା ଯୋଗୁଁ ସେମାନଙ୍କୁ କେହି ଆକ୍ରମଣ କରିଥିବା କହିଛନ୍ତି ଗ୍ରାମବାସୀ l ଖବର ପାଇ ଲୋକଙ୍କ ସହିତ ଆଲୋଚନା କରାଯାଇଛି ଓ ସେମାନେ ଗରିବ ପରିବାର ହେତୁ ଶବ କିପରି ଗାଁ କୁ ଆସିବ ବ୍ୟବସ୍ଥା ଗ୍ରହଣ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ସରପଞ୍ଚ l କେଉଁ କାରଣରୁ ଗୋଟିଏ ଘରେ ରହୁଥିବା ଦାଦନ ଶ୍ରମିକଙ୍କ ମଧ୍ୟରୁ ଜଣେ ମୃତ୍ୟୁ ବରଣ କଲେ ଓ ତିନି ଆହତ ହେଲେ ତାହା ହାଇଦ୍ରାବାଦ ପୋଲିସ ତଦନ୍ତ ଜାରୀ ରଖିଥିବା ବେଳେ ଗାଁ ରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ  l ଆଉ ଗ୍ରାମବାସୀ ଅପେକ୍ଷା କରିଛନ୍ତି  ଶବର ଫେରିବା ବାଟକୁ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.