ଆନନ୍ଦପୁର: ମନ୍ଦିର ବେଢା ଭିତରେ ସମ୍ପନ୍ନ ହେଲା ଶ୍ରୀ ଦଧିବାମନଜୀଉଙ୍କ ରଥଯାତ୍ରା ନୀତି

ଆନନ୍ଦପୁର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଥିବା ସର୍ବପୁରାତନ ଶ୍ରୀ ଦଧିବାମନଜୀଉଙ୍କ ରଥଯାତ୍ରା ମନ୍ଦିର ବେଢା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ କରୋନା ମହାମାରୀକୁ ଆଖିରେ ରଖି ସୁପ୍ରିମକୋର୍ଟ ନିୟମ କରିଥିଲେ ପୁରୀ ବ୍ଯତୀତ କୌଣସି ସ୍ଥାନରେ ରଥଟଣା ହୋଇପାରିବ ନାହିଁ। ତେବେ ଏହାକୁ ସମ୍ମାନ ଜଣାଇ ପ୍ରଶାସନ ସହାୟତାରେ ଆନନ୍ଦପୁରର ଦଧିବାମନଜୀଉ ମନ୍ଦିରରେ ବିନା ଭକ୍ତରେ ମନ୍ଦିର ବେଢା ଭିତରେ ରୀତିନୀତି ଅନୁଯାୟୀ ରଥଯାତ୍ରା ସମ୍ପୂର୍ଣ୍ଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.