ଗଞ୍ଜାମରେ ପୁଣି ୭୬ କରୋନା ପଜିଟିଭ୍ ଚିହ୍ନଟ‌, ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩୧କୁ ବୃଦ୍ଧି

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ପୁଣି ୭୬ କରୋନା ପଜିଟିଭ୍ ଚିହ୍ନଟ‌ । ଗତ ୨୪ ଘଣ୍ଟାରେ ଏମାନେ ସଂକ୍ରମିତ ହୋଇଥିବା ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ତେବେ ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩୧କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ଭିତରେ ୧୪ ଜଣ କରୋନା ଯୋଦ୍ଧା ଥିବା ଜଣାପଡିଛି ।

ganjam caseଏମାନଙ୍କ ଭିତରେ ୬ ଜଣ ବିଦେଶ ଫେରନ୍ତା ଥିବାବେଳେ  ଜିଲ୍ଲାର ବିଭିନ୍ନ ବ୍ଲକରୁ ଅନ୍ଯ ୫୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ମୋଟ୍‌ ହଜାର ୩୧ ଜଣ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ୬୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାବ୍ଯତିତ ଜିଲ୍ଲାରେ ୩୪୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.