ଭାରତ ଇତିହାସରେ ପ୍ରଥମ ଥର ପାଇଁ ଘଟିଲା ଏହି ଘଟଣା, ପେଟ୍ରୋଲ ଠାରୁ ମହଙ୍ଗା ହେଲା ଡିଜେଲ

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଲଗାତାର ୧୮ ଦିନ ପାଇଁ ତୈଳ ଦରରେ ପରିବର୍ତ୍ତନ ଆସିଥିବା ରେକର୍ଡ ହୋଇଛି । ବୁଧବାର ସକାଳ ସୁଦ୍ଧା ଡିଜେଲ ଦରରେ ପରିବର୍ତ୍ତନ ଆସିଥିବା ବେଳେ ପେଟ୍ରୋଲ ଦରରେ କିନ୍ତୁ ସେମିତି କିଛି ପରିବର୍ତ୍ତନ ଆସିନାହିଁ । କିନ୍ତୁ ଇତିହାସରେ ପ୍ରଥମ ଥର ପାଇଁ ପେଟ୍ରୋଲ ଠାରୁ ଡିଜେଲ ଦର ଅଧିକ ହୋଇଥିବା ରେକର୍ଡ ହୋଇଛି । ଲଗାତାର ୧୮ ଦିନ ହେବ ଡିଜେଲ ଦର ଲିଟର ପିଛା ୧୦.୪୮ ଟଙ୍କା ବଢିଥିବା ବେଳେ ପେଟ୍ରୋଲ ଦର ଲିଟର ପିଛା ବଢିଛି ୮.୫୦ ଟଙ୍କା । ଅନ୍ତରାଷ୍ଟ୍ରୀୟ ବଜାରରେ ଆଶୋଧିତ ତୈଳ ଦରରେ ପରିବର୍ତ୍ତନ ଆସିଥିବାରୁ ହିଁ ଡିଜେଲ ମୂଲ୍ୟରେ ଏପରି ପରିବର୍ତ୍ତନ ଆସିଥିବା ଜଣାଯାଇଛି । ଆଜି ରାଜଧାନୀ ଦିଲ୍ଲୀରେ ଡିଜେଲ ମୂଲ୍ୟ ୦.୪୮ ପଇସା ବୃଦ୍ଧି ପାଇ ୭୯.୮୮ ଟଙ୍କାରେ ପହଁଚିଥିବା ବେଳେ ପେଟ୍ରୋଲ ମୂଲ୍ୟ ୭୯.୭୬ ଟଙ୍କା ଥିବା ରେକର୍ଡ ହୋଇଛି । ଆଇଓସିଏଲ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ କଲିକତା, ମୁମ୍ବାଇ, ଚେନ୍ନାଇ ସହର ମାନଙ୍କରେ ଏହି ଦର ଲିଟର ପ୍ରତି ଯଥାକ୍ରମେ ୮୧.୪୫ ,୮୬.୫୪, ୮୩.୦୪

ଟଙ୍କା ଥିବା ଜଣାଯାଇଛି । ଯେବେକି ଡିଜେଲ ଦର ଏହି ମହାନଗର ମାନଙ୍କରେ ଏହି ମୂଲ୍ୟ ଯଥାକ୍ରମେ ୭୫.୦୬, ୭୮.୨୨ ଓ ୭୭.୧୭ ଟଙ୍କା ରହିଛି । ମଙ୍ଗଳବାର ସକାଳେ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୨୦ ପଇସା ବଢି ୭୯.୭୬ ଟଙ୍କାରେ ସ୍ଥିର ରହିଥିଲା | ଯେବେକି ଡିଜେଲ ମୂଲ୍ୟ ୫୫ ପଇସା ବୃଦ୍ଧି ପାଇ ଲିଟର ପ୍ରତି ୭୯.୪୦ ଟଙ୍କାରେ ଟ୍ରେଣ୍ଡ କରୁଛି । କହିରଖିବା ଉଚିତ ହେବକି, ପ୍ରତିଦିନ ସକାଳ ୬ ଟାରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଆସିଥାଏ । ଏହି ସମୟରୁ ହିଁ ନୂଆ ମୂଲ୍ୟ ଲାଗୁ ହୋଇଥାଏ । ବିଦେଶ ମୁଦ୍ରା ସମେତ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୌଧିତ ତୈଳ ବା କ୍ରୁଡ଼ ଅଏଲ ମୂଲ୍ୟ ଆଧାରରେ ହିଁ ଦେଶୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.