Below header

ବୌଦ୍ଧ ଡିଷ୍ଟିଲାରି କମ୍ପାନୀ ପାଚେରୀ କଡରେ ପଡିଛି ପୁଳା ପୁଳା ଚିରା ୫୦୦ ଟଙ୍କିଆ

ବର୍ତ୍ତମାନ ଏକ ଭିଡିଓ ଜୋରସୋରରେ ଭାଇରାଲ୍ ହେଉଛି । ବୌଦ୍ଧ ତିତିରିକଟା ଗ୍ରାମରେ ଥିବା ବୌଦ୍ଧ ଡିଷ୍ଟିଲାରି ପ୍ରାଇଭେଟ୍ ଲିମିଟେଡରେ ଗତ ୩ ଦିନ ଧରି ଚଢାଉ ଚାଲିଥିବାବେଳେ, ସେପଟେ ଫ୍ୟାକ୍ଟ୍ରିର କାନ୍ଥ ବାଡ କଡ଼ରେ ପଡ଼ିଛି ପୁଳା ପୁଳା ୫ ଶହ ଟଙ୍କିଆ ନୋଟ ।

ବୌଦ୍ଧ(କେନ୍ୟୁଜ):  ଆୟକର ଫାଙ୍କି ଅଭିଯୋଗରେ ଏକ ସଂସ୍ଥା ଉପରେ ଆୟକର ବିଭାଗ ତରଫରୁ ରେଡ୍ ଜାରିରହିଛି । ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ଉପରେ ଏହି ଚଢ଼ାଉ କରାଯାଇଛି। ତେବେ ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଓ ରାୟଗଡ଼ା ସମେତ ୧୪ ଗୋଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଉଛି ।

ବୌଦ୍ଧ ରାମ୍ଭିକଟା ଗ୍ରାମ ନିକଟରେ ଥିବା ବୌଦ୍ଧ ଡିଷ୍ଟିଲାରି କମ୍ପାନୀ ଉପରେ ଆୟକର ଫାଙ୍କି ଅଭିଯୋଗ ଗତ ୬ତାରିଖ ଭୋର ପ୍ରାୟ ୪ଟା ସମୟରୁ ଚଢାଉ ଜାରି ରହିଛି । ଚଢାଉ ରେ ୧୨ ଟି ଟିମ୍ ଓ ୪ ଜଣ CISF ଯବାନ ସାମିଲ ରହିଥିବା ସୂଚନା ମିଳିଥିଲା । ସେହିପରି ପୁରୁଣା କଟକର ବିଶିଷ୍ଟ ବ୍ୟବସାୟୀ ଅଶୋକ କୁମାର ଅଗ୍ରୱାଲଙ୍କ ରାଣୀସତୀ ରାଇସ ମିଲ, ବାସଭବନ ଓ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢାଉ କରିଥିବା ନେଇ ସୂଚନା ମିଳିଥିଲା।

ତେବେ ଏହାରି ଭିତରେ ବର୍ତ୍ତମାନ ଏକ ଭିଡିଓ ଜୋରସୋରରେ ଭାଇରାଲ୍ ହେଉଛି । ବୌଦ୍ଧ ତିତିରିକଟା ଗ୍ରାମରେ ଥିବା ବୌଦ୍ଧ ଡିଷ୍ଟିଲାରି ପ୍ରାଇଭେଟ୍ ଲିମିଟେଡରେ ଗତ ୩ ଦିନ ଧରି ଚଢାଉ ଚାଲିଥିବାବେଳେ, ସେପଟେ ଫ୍ୟାକ୍ଟ୍ରିର କାନ୍ଥ ବାଡ କଡ଼ରେ ପଡ଼ିଛି ପୁଳା ପୁଳା ୫ ଶହ ଟଙ୍କିଆ ନୋଟ । ଚକିତ ହୋଇଗଲେ କି , ହେଲେ ସତ କଥାଟା ହେଲାକି ୫ ଶହ ଟଙ୍କିଆ ନୋଟ ଗୁଡିକ ସବୁ ଚିରା । ଏତେ ଗୁଡାଏ ୫ ଶହ ଟଙ୍କିଆ ଚିରା ନୋଟ ଦେଖିଲେ ଯେ କେହିବି ସ୍ତବ୍ଧ ହୋଇଯିବ । ତେବେ ସ୍ଥାନୀୟ ବାସିନ୍ଦା ଖବର ପାଇ ସେଠାରେ ଯାଇ ଦେଖିଲା ବେଳକୁ ସେଠାରେ ଚିରା ନୋଟ ପଡ଼ିଥିବା ଦେଖିବାକୁ ପାଇଥିଲେ ଏବଂ ସେହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସେପଟେ ସମ୍ବଲପୁରରେ ଚାଲିଥିବା ଆୟକର ବିଭାଗର ଚଢ଼ାଉ ବନ୍ଦ ରହିଛି । ବଡ଼ବଜାର ସ୍ଥିତ ମଦ ଭାଟି କାର୍ଯାଳୟରୁ ମିଳିଥିବା ପୁଳା ପୁଳା ଟଙ୍କାର ଗଣା ସରିନି । ଆଜି ଛୁଟି ଥିବାରୁ ଆଜି ଟଙ୍କା ଗଣତି ହେବ କିନାହିଁ ତାହା ଏପର୍ଯ୍ୟନ୍ତ ଆୟକର ବିଭାଗ କର୍ତ୍ତୃପକ୍ଷ ସ୍ପଷ୍ଟ କରିନାହାନ୍ତି । ତେବେ ଏପର୍ଯ୍ୟନ୍ତ କେତେ ଟଙ୍କା ଗଣା ସାରିଲାଣି ତାହା ଆୟକର ବିଭାଗ କର୍ତ୍ତୃପକ୍ଷ ସ୍ପଷ୍ଟ କରିନାହାନ୍ତି। ପୂର୍ବରୁ ୧୧ କୋଟି ଟଙ୍କା ଗଣାଯାଇଥିବା ସୂଚନା ମିଳିଥିଲା। ପରେ ଟଙ୍କା ଗୁଡିକ ମଇଳା ଥିବାରୁ ମେସିନ ଗଣିବା ସମ୍ଭବ ନହେବାରୁ ହାତରେ କର୍ମଚାରୀ ମାନେ ଗଣୁଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.