କଟକ ଡେପୁଟି ମେୟର ହେଲେ ସର୍ବକନିଷ୍ଠ କର୍ପୋରେଟର ଦମୟନ୍ତୀ ମାଝୀ

କଟକ(କେନ୍ୟୁଜ୍): କଟକ ଡେପୁଟି ମେୟର ପଦ ପାଇଁ ବାଜି ମାରିଲେ ଦମୟନ୍ତୀ ମାଝୀ । ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବେ ବିଜେଡିରୁ ବିଜୟୀ ହୋଇଥିଲେ ଦମୟନ୍ତୀ।

ଦମୟନ୍ତୀ ଟିକେଟ ପାଇ ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବରେ ବିଜୟୀ ହୋଇଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗର ପିଜି ଦ୍ୱିତୀୟ ବର୍ଷ ପାଠ ପଢୁଛନ୍ତି । ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ । ବର୍ତ୍ତମାନ ଦମୟନ୍ତୀ ହେଉଛନ୍ତି କଟକର ସର୍ବକନିଷ୍ଠ କର୍ପୋରେଟର ।

ଅନ୍ଯପଟେ ଗତକାଲି ସେ କହିଥିଲେ କି ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ ଏହି ସୁଯୋଗ ଦିଅନ୍ତି, ତେବେ ସେ ତାଙ୍କ ଦାୟିତ୍ବକୁ ସୁଚାରୁରୂପେ ସମ୍ପାଦନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.