ଅନ୍ଧାରୀ ଚିକିତ୍ସା : ଏମିତି ଏକ ଡାକ୍ତରଖାନା ଯେଉଁଠି ମୋବାଇଲ ଓ ମହମବତୀ ଆଲୁଅରେ ହେଉଛି ଚିକିତ୍ସା

ଭଞ୍ଜନଗର (କେନ୍ୟୁଜ୍‌) : ମେଡିକାଲ୍‌୍‌ରେ କିଭଳି ଅବସ୍ଥା । ମୋବାଇଲ୍ ଲାଇଟ୍ ଓ ମହମବତୀ ଆଲୁଅରେ ମହିଳାଙ୍କ ପ୍ରସବ କରାଇଲେ ଡାକ୍ତର । ଗଂଜାମ ଜିଲ୍ଲା ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନଜରକୁ ଆସିଛି ଏଭଳି ଘଟଣା । ମେଡିକାଲରେ ବିଦ୍ୟୁତ ନଥିବାରୁ ଅତି ଦୟନୀୟ ଭାବେ ରୋଗୀଙ୍କ ଚିକିତ୍ସା କରାଯାଇଥିଲା । ବିଜୁଳି ଚାଲିଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଜେନେରେଟର କିମ୍ବା ଇନଭର୍ଟର୍ ବ୍ୟବସ୍ଥା ନଥିବାରୁ ମୋବାଇଲ ଓ ମହମବତୀ ଆଲୁଅରେ ଡାକ୍ତର ଚିକିତ୍ସା କରିଥିଲେ । ଏହାକୁ ନେଇ ରୋଗୀ ଓ ସଂପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା ।

hospital-3

ପ୍ରସୂତି ବିଭାଗ ଓ୍ବାର୍ଡର ଏଭଳି କିଛି ଭିଡିଓ ଏବେ ଭାଇରାଲ୍ ହେଉଛି । ତେବେ ଏଭଳି ଅବ୍ୟବସ୍ଥାରେ ମଧ୍ୟ ରୋଗୀଙ୍କ ଚିକିତ୍ସା କରିବାକୁ ବାଧ୍ୟ ହେଉଛୁ ବୋଲି ଡାକ୍ତର ବି ନିଜ ପ୍ରତିକ୍ରିୟାରେ କହିଥିଲେ । ଗତ କିଛି ଦିନ ପୂର୍ବରୁ ମଧ୍ୟ ସମାନ ଅବ୍ୟବସ୍ଥା ଘଟିଥିଲା ପୋଲସରା ମେଡିକାଲ୍‌୍‌ରେ । କରେଣ୍ଟ ଚାଲିଯିବା ପରେ ଆଲୁଅ ବ୍ୟବସ୍ଥା ପାଇଁ ରହିଥିବା ଜେନେରେଟର କିଛି କାମ ଦେଲା ନାହିଁ । କାରଣ ଏହା ଅଚଳ ହୋଇ ପଡିଛି । ତେଣୁ କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.