Below header

ସରିଲା ଦଶପଲ୍ଲା ଲଙ୍କାପୋଡି ଯାତ୍ରା, ୩୫ଫୁଟ ଉଚ୍ଚର କାଠ ନିର୍ମିତ ରାବଣକୁ ବ୍ରହ୍ମାସର ନିକ୍ଷେପ କରି ବଧ କଲେ ରାମଚନ୍ଦ୍ର

ନୟାଗଡ(କେନ୍ୟୁଜ୍): ସରିଲା ଦଶପଲ୍ଲା ଲଙ୍କାପୋଡି ଯାତ୍ରାର ରାବଣ ବଧ । ଯାତ୍ରାର ମୁଖ୍ୟ ଆକର୍ଷଣ ଥିବା ୩୫ଫୁଟ ଉଚ୍ଚର କାଠ ନିର୍ମିତ ରାବଣକୁ ରାମଚନ୍ଦ୍ର ବ୍ରହ୍ମାସର ନିକ୍ଷେପ କରି ବଧ କରିଥିଲେ । ଏହି ଅବସରରେ ଲକ୍ଷାଧିକ ଟଙ୍କାର ବାଣ ଫୁଟାଯାଇଥିଲା । ଚଳିତ ବର୍ଷ ୧୧ ଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ସେହିପରି ଲଙ୍କା ପୋଡି ଯାତ୍ରାକୁ ଧରି କୁଆଁରିଆ ମହୋତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବ । ଶେଷ ଦିନରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବନାରସ ପରେ, ଦ୍ୱିତୀୟ ସର୍ବ ପୁରାତନ ଲୋକ ନାଟକ ଓ ଲୋକ ଯାତ୍ରାର ଗୌରବ ହାସଲ କରିଛି ଦଶପଲ୍ଲା ଲଙ୍କାପୋଡି ଯାତ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.