Below header

ବ୍ୟସ୍ତବହୁଳ ରାସ୍ତା ଉପରେ ଆକାଶରୁ ଖସିଲା ବିମାନ; ପାଇଲଟ୍‌ଙ୍କ ସମେତ ୬ ଜଣଙ୍କ ପ୍ରାଣବାୟୁ ଉଡ଼ିଲା

ହୈତିର ରାଜଧାନୀ ପୋର୍ଟ-ଅ-ପ୍ରିନ୍ସରେ ବୁଧବାର ଏକ ବିମାନ ଦୁର୍ଘଟଣା ଘଟି ପାଇଲଟ୍‌ଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ବିମାନ ପୋର୍ଟ-ଅ-ପ୍ରିନ୍ସ ଏୟାରପୋର୍ଟରୁ ଦ୍ୱିପ୍ରହର ୩ଟା ୪୪ ମିନିଟ୍‌ରେ ଉଡ଼ାଣ ଭରିଥିଲା। ଜ୍ୟାକ୍‌ମେଲ ସହରର ବ୍ୟସ୍ତବହୁଳ ରାସ୍ତା ଉପରେ ବିମାନ ET (1944 GMT)ର ଇଞ୍ଜନ ଫେଲ୍‌ ମାରିଥିଲା। ଫଳରେ ଏହା ଆକାଶରୁ ଖସି ପଡ଼ିଥିଲା। ହୈତିଆନ ସିଭିଲ୍‌ ଆଭିଏସନ ଅଥରିଟି ଅନୁସାରେ, ବିମାନ ୪ଟା ୪ ମିନିଟ୍‌ରେ ଏକ ଜରୁରୀକାଳୀନ ଆଲର୍ଟ ପଠାଇଥିଲା।

ହୈତିର ପ୍ରଧାନମନ୍ତ୍ରୀ ଏରିୟଲ ହେନରୀ ଟ୍ଵିଟରରେ ପୀଡ଼ିତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଯଦିଓ ସେ ମୃତକ ଏବଂ ଆହତଙ୍କ ସଂଖ୍ୟା ପ୍ରକାଶ କରି ନାହାନ୍ତି। ପିଏମ୍‌ ହେନରୀ ଲେଖିଛନ୍ତି, ‘ମୁଁ ପୀଡ଼ିତଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରୁଛି, ଯେଉଁମାନେ ଏହି ଘଟଣାରେ ଶୋକରେ ବୁଡ଼ି ରହିଛନ୍ତି’।

ସ୍ଥାନୀୟ ମେୟର କହିଛନ୍ତି, ଏହି ବିମାନ ଦୁର୍ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏକ ସରକାରୀ ସୂତ୍ର ଅନୁସାରେ, ହସ୍ପିଟାଲ ନେବା ପରେ ସେଠାରେ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଥିଲା। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ରାସ୍ତା ମଝିରେ ବିମାନର ଭଗ୍ନାଂଶ ଏବଂ ଦୁର୍ଘଟଣାରେ ମୃତକଙ୍କ ଶବ ଦେଖିବାକୁ ମିଳୁଛି। ଏଥିରେ ଦାବି କରାଯାଉଛି ଯେ ଏହି ଦୁର୍ଘଟଣା ହୈତିରେ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.