ନାବାଳିକାକୁ ଚୋରି ପରେ ବିକ୍ରି ଉଦ୍ୟମ ପଣ୍ଡ, ମାଡ଼ି ବସିଲା କମିଶନରେଟ ପୋଲିସ୍‌

ଭୁବନେଶ୍ୱର(କେନ୍ୟୁଜ୍): ନାବାଳିକାକୁ ଚୋରି ପରେ ବିକ୍ରି ଉଦ୍ୟମ ପଣ୍ଡ। ଚୋରି ବେଳେ ମାଡ଼ି ବସିଲା କମିଶନରେଟ ପୋଲିସ୍‌।  ନାବାଳିକାଟିକୁ ବିକ୍ରି କରିବା ପୂର୍ବରୁ ଅଭିଯୁକ୍ତକୁ ମାଡ଼ି ବସିଥିଲା କମିଶନରେଟ ପୋଲିସ୍‌। ଖାଲି ସେତିକି ନୁହେଁ ୫ ଦିନ ଧରି ନିଖୋଜ ଥିବା ଜଣେ ନାବାଳିକାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏପରି ନାବାଳିକା ଚୋରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।

ଇନଫୋସିଟି ଥାନା ଶିଖରଚଣ୍ଡୀ ବସ୍ତିର ଉକ୍ତ ନାବାଳିକା ଜଣଙ୍କ ୫ଦିନ ତଳେ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ କିଛି ଖବର ମିଳିନଥିଲା । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍‌ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲା ।  ଚନ୍ଦ୍ରଶେଖରପୁର ଅଂଚଳରେ ନାବାଳିକାଙ୍କୁ ଧରି ଜଣେ ବୁଲୁଥିବା ନେଇ ଖବର ପାଇବାପରେ ପୋଲିସ୍‌ ଅଭିଯୁକ୍ତକୁ କାବୁ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.