ଟ୍ରୁକ୍ TWS Buds S2 ଭାରତରେ ହେଲା ଲଞ୍ଚ, କମ୍ ଟଙ୍କାରେ ଥରେ ଚାର୍ଜ କଲେ ୧୦ ଘଣ୍ଟା ରଖିବ ଚାର୍ଜ

ଇୟରବର୍ଡ କିଣିବାକୁ ଚିନ୍ତା କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। ବର୍ତ୍ତମାନ ଆପଣ ମାତ୍ର ୪୯୯ ଟଙ୍କାରେ ଏହି ଇୟରବଡ କିଣିବାର ସୁଯୋଗ ପାଇବେ। ଏହି ଇୟରବଡ ପୁଣି ଆପଣଙ୍କୁ ଦେବ ୧୦ ଘଣ୍ଟାର ବ୍ୟାଟେରୀ ସୁବିଧା। ମାତ୍ର ଥରେ ଚାର୍ଜ କଲେ ଏହା ପ୍ରାୟ ୧୦ ଘଣ୍ଟାରୁ ଅଧିକ ଚାର୍ଜ ରଖିବ। ଏହା ବ୍ୟତୀତ, ଟ୍ରୁକ୍ TWS Buds S2 ସହିତ ଭଏସ୍ ଆସିଷ୍ଟାଣ୍ଟ ପାଇଁ ମଧ୍ୟ ସପୋର୍ଟ ରହିଛି। ଟ୍ରୁକ୍ ଭାରତରେ ଏହାର ନୂଆ TWS Buds S2 ଲଞ୍ଚ କରିଛି। ଟ୍ରୁକ୍ TWS ବଡସ୍ S2 ର ମୂଲ୍ୟ ରହିଛି ୧ ହଜାର ୪୯୯ ଟଙ୍କା। କିନ୍ତୁ ଏହାର ଲଞ୍ଚ୍ ଅଫର୍ ଅନୁଯାୟୀ, ଏହାକୁ ଏପ୍ରିଲ୍ ୨୪ ପର୍ଯ୍ୟନ୍ତ ମାତ୍ର ୪୯୯ ଟଙ୍କା ମୂଲ୍ୟରେ କ୍ରୟ କରାଯାଇପାରିବ। ତେବେ ଆପଣଙ୍କ ପାଇଁ ଭଲ ସୁଯୋଗ। ଆପଣ ଏହି ଇୟରବଡ ଅତି କମ୍ ଦାମରେ ପାଇବେ। ଏଥିରେ ଦମଦାର ଫିଚର୍ ମଧ୍ୟ ରହିଛି।

ଏହି ଇୟରବଡ ଗୁଡିକ ହେଉଛି ସବୁଠାରୁ ଲୋକପ୍ରିୟ TWS Buds S1 ର ଏକ ଅପଗ୍ରେଡ୍ ଏଡିସନ୍। ଏହାକୁ ଆମାଜନ ଏବଂ ଫ୍ଲିପକାର୍ଟରୁ ତିନୋଟି ରଙ୍ଗ କଳା, ନୀଳ ଏବଂ ଧଳାରେ କ୍ରୟ କରାଯାଇପାରିବ । ଏହି ନୂତନ ଇୟରବଡଗୁଡିକ ଅନେକ ପ୍ରିମିୟମ୍ ଫିଚର୍ ସହିତ ସହିତ ଡିଜାଇନ୍ ହୋଇଛି। ଏହାର ଫିଚର୍ ଗୁଡିକ ସ୍ମାର୍ଟ ଆପ୍ଲିକେସନ୍ ମାଧ୍ୟମରେ କଷ୍ଟୋମାଇଜ୍ କରିବାକୁ ୨୦ ଟି ପ୍ରିସେଟ୍ EQ ମୋଡ୍ ଅନ୍ତର୍ଭୁକ୍ତ କରାଯାଉଛି। ସ୍ଲାଇଡ୍ ଏବଂ ସେୟାର୍ ଟେକ୍ନୋଲୋଜି ସହିତ ଏହା ଏକ ହାଲୁକା ସ୍ଲାଇଡିଂ କେସ୍ ମଧ୍ୟ ପାଇଥାଏ ଯାହା ଗୋଟେ କି ଗୋଟେ ଷ୍ଟେପ ପରେ ସଙ୍ଗେ ସଙ୍ଗେ ଅନ୍ୟ ଷ୍ଟେପ ପାଇଁ ଭଲ ଫିଚର। ଏହା ୪୮ ଘଣ୍ଟା ପର୍ଯ୍ୟନ୍ତ ଭଲ ପ୍ଲେ ଟାଇମ୍ ମଧ୍ୟ ଦେଉଛି।ଖାଲି ସେତିକି ନୁହେଁ ଗୋଟିଏ ଚାର୍ଜରେ ୧୯ ଘଣ୍ଟା ପର୍ଯ୍ୟନ୍ତ ରହିବ ଏହି ବ୍ୟାଟେରୀ।

ଏହି ଇୟରବଡରେ ଏକ କ୍ୱାଡ-ମାଇକ୍ ଅଛି ଯାହା ସହିତ ଏନଭାଇରମେଏଣ୍ଟାଲ ନଏଜ୍ କ୍ୟାନ୍ସେଲ(ENC) ହୁଏ। 55 ms ପର୍ଯ୍ୟନ୍ତ ଅଲ୍ଟ୍ରା ଲୋ ଲେଟେନ୍ସି ରହିଛି ଏହି ଇୟରବଡରେ ଯାହାକି ଗେମ୍ ପାଇଁ ରହିଛି। କନେକ୍ଟିଭିଟି ପାଇଁ ବ୍ଲୁଟୁଥ୍ 5.1 ଉପଲବ୍ଧ ଓ 10 mm ଡାଇନାମିକ୍ ଡ୍ରାଇଭର ଦିଆଯାଇଛି। ତେବେ ଏହି ଟ୍ରୁକ୍ ଇୟରବଡ କମ୍ପାନୀ ନିକଟରେ ପ୍ରସିଦ୍ଧ ଅଭିନେତ୍ରୀ ମୃନାଲ୍ ଠାକୁରଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ଭାବରେ ନେଇଛି। କଣ୍ଟ୍ରୋଲ ପାଇଁ ଏଥିରେ ସେନ୍ସର୍ ରହିଛି। ଏହା ବ୍ୟତୀତ, ଟ୍ରୁକ୍ TWS Buds S2 ସହିତ ଭଏସ୍ ଆସିଷ୍ଟାଣ୍ଟ ପାଇଁ ମଧ୍ୟ ସମର୍ଥନ ଅଛି। ତେବେ ଏହି ଅଫରକୁ ହାତ ଛଡ଼ା କରନ୍ତୁନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.