Below header

ଫେବ୍ରୁଆରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ, ଚଳିତ ମାସ ଶେଷ ସୁଦ୍ଧା ତାରିଖ ଘୋଷଣା

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାବର୍ଷ ଫେବ୍ରୁଆରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ରାଜ୍ୟରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଚଳିତ ମାସ ଶେଷ ଆଡକୁ ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ । ତ୍ରିସ୍ତରୀୟ ର୍ନିବାଚନ ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଡିସେମ୍ବର ୨୬ ତାରିଖରୁ ୩୧ ମଧ୍ୟରେ ଆନୁଷ୍ଠାନିକ ପଞ୍ଚାୟତ ନିର୍ବାଚନ ଘୋଷଣା କରାଯିବା ସହ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇପାରେ ବୋଲି ଜଣାପଡିଛି ।

ଚଳିତ ମାସ ୨୦ ତାରିଖରେ ଏହି ଭୋଟର ତାଲିକା ତ୍ରିସ୍ତରୀୟ ନିର୍ବାଚନର ସମସ୍ତ ଅଂଶୀଦାରଙ୍କ ନିକଟରେ ଉପଲବ୍ଧ କରାଯିବ ବୋଲି ଜଣାପଡିଛି । ରାଜ୍ୟର ୬ ହଜାର ୭୯୪ ପଞ୍ଚାୟତରେ ହେବ ନିର୍ବାଚନ । ଜିଲ୍ଲା ପରିଷଦ ପ୍ରାର୍ଥୀ ୫ ଲକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ଲେଖାଏ ଖର୍ଚ୍ଚ କରିପାରିବେ । ସେହିପରି ଭୋଟ୍‌ ଗ୍ରହଣ ସମୟ ସୀମା ବି ବୃଦ୍ଧି କରାଯାଇଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ମତଦାନ ହେବ । ଏଥର ସେଣ୍ଟ୍ରାଲ କାଉଣ୍ଟିଂ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.