ଗାଡି ପାର୍କିଙ୍କୁ ନେଇ ମହିଳା ହୋମଗାର୍ଡଙ୍କୁ ଛୁରୀରେ ଆକ୍ରମଣ, ରକ୍ତାକ୍ତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ରାୟଗଡା(କେନ୍ଯୁଜ୍): ମହିଳା ହୋମଗାର୍ଡ଼ଙ୍କ ଉପରେ ଆକ୍ରମଣ । ରାୟଗଡା ଜେକେପୁର ସ୍ଥିତ ଟ୍ରାଫିକ ପୋଷ୍ଟରେ କାର୍ଯ୍ୟରତ ମହିଳା ହୋମଗାର୍ଡଙ୍କୁ ଛୁରୀରେ ଆକ୍ରମଣ । ଦୁଇ ଚକିଆ ଗାଡି ପାର୍କିଙ୍କୁ ନେଇ ରାଜୁ ନାମକ ଜଣେ ଯୁବକଙ୍କ ସହିତ ହୋମଗାର୍ଡ଼ଙ୍କ ବଚସା ହୋଇଥିଲା। ଶେଷରେ ଯୁବକଙ୍କ ଗାଡ଼ିକୁ ଜବତ କରିବା ସହ ଜୋରିମାନା ଆଦାୟ କରାଯାଇଥିଲା।

ସନ୍ଧ୍ୟାରେ ରାଜୁ ଫେରି ମହିଳା ହୋମଗାର୍ଡ଼ଙ୍କ ଉପରକୁ ଆକ୍ରମଣ କରିଥିଲା। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଚାନ୍ଦିଲି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.