ନିଶାରେ ଭୁଲିଗଲା ହିତାହିତ ଜ୍ଞାନ, ବାପା ମାଆଙ୍କୁ ହାଣିଲା ସଇତାନ ଝିଅ

ବାପା ମାଆଙ୍କୁ ହାଣିଲା ଝିଅ । ଗୋଡ଼େଇ ଗୋଡ଼େଇ ପନିକିରେ ଆକ୍ରମଣ । ନିଶାରେ ଭୁଲିଗଲା ହିତାହିତ ଜ୍ଞାନ । ବାଲେଶ୍ବର ଜିଲ୍ଲା ସୋର ସରସଙ୍ଖ ହାତୀଗଢିଆ ଗାଁରେ ଏହି ଅଘଟଣ ଘଟିଛି l ଗତକାଲି ମକର ସଂକ୍ରାନ୍ତିରେ ନିଶାସକ୍ତ ଝିଅ ବାପା ମାକୁ ପନିକିରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା ।

ବାଲେଶ୍ବର : ବାପା ମାଆଙ୍କୁ ହାଣିଲା ଝିଅ । ଗୋଡ଼େଇ ଗୋଡ଼େଇ ପନିକିରେ ଆକ୍ରମଣ। ନିଶାରେ ଭୁଲିଗଲା ହିତାହିତ ଜ୍ଞାନ। ବାଲେଶ୍ବର ଜିଲ୍ଲା ସୋର ସରସଙ୍ଖ ହାତୀଗଢିଆ ଗାଁରେ ଏହି ଅଘଟଣ ଘଟିଛି l ଗତକାଲି ମକର ସଂକ୍ରାନ୍ତିରେ ନିଶାସକ୍ତ ଝିଅ ବାପା ମାକୁ ପନିକିରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ଗାଁ ଲୋକ ଝିଅକୁ ଦୌଡ଼ିରେ ବାନ୍ଧି ପୋଲିସ ଜିମା ଦେଇଛନ୍ତି l ଆକ୍ରମଣରେ ଆହତ ହୋଇଛନ୍ତି ରଞ୍ଜିତ ସିଂ ଓ ସ୍ତ୍ରୀ ବୁଧୁନି ସିଂ । ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖାଇବା ବେଳେ ଝିଅକୁ ଆକଟ କରିଥିଲେ ମାଆ l ଏଥିରେ ଉତକ୍ଷିପ୍ତ ହୋଇ ଝିଅ ବୁଧୁନିଙ୍କ ଉପରେ ଭାତ ଢାଳି ପନିକିରେ ଆକ୍ରମଣ କରି ମୁଣ୍ଡ ଓ ହାତକୁ ହାଣିଥିଲା । ବାପା ପ୍ରତିବାଦ କରିବାରୁ ତାଙ୍କ ପେଟ ଓ ହାତକୁ ବି ହାଣିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.