ନିର୍ବାଚନ ପୂର୍ବରୁ ସମସ୍ତ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଦାଖଲ କରିବାକୁ ତାଗିଦ

ନିର୍ବାଚନ ପୂର୍ବରୁ ଦାଖଲ କରିବେ ସମସ୍ତ ଲାଇସେନ୍ସପ୍ରାପ୍ତ ବନ୍ଧୁକ । ତୁରନ୍ତ ଦାଖଲ କରିବାକୁ ତାଗିଦ କଲେ ଡିସିପି ପ୍ରତୀକ ସିଂ। ପିସ୍ତଲ, ରିଭଲଭର, ୧୨ ରାଉଣ୍ଡ ବୋର ଗନ ଦାଖଲ ନେଇ ନିର୍ଦ୍ଦେଶ। ପୂର୍ବରୁ ଏନେଇ ନୋଟିସ କରିଥିଲା କମିଶନରେଟ ପୋଲିସ।

ନିର୍ବାଚନ ପୂର୍ବରୁ ଦାଖଲ କରିବେ ସମସ୍ତ ଲାଇସେନ୍ସପ୍ରାପ୍ତ ବନ୍ଧୁକ । ତୁରନ୍ତ ଦାଖଲ କରିବାକୁ ତାଗିଦ କଲେ ଡିସିପି ପ୍ରତୀକ ସିଂ। ପିସ୍ତଲ, ରିଭଲଭର, ୧୨ ରାଉଣ୍ଡ ବୋର ଗନ ଦାଖଲ ନେଇ ନିର୍ଦ୍ଦେଶ। ପୂର୍ବରୁ ଏନେଇ ନୋଟିସ କରିଥିଲା କମିଶନରେଟ ପୋଲିସ।

ମଡେଲ କୋଡ୍ ଅଫ୍ କଣ୍ଡକ୍ଟ ମୁତାବକ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବନ୍ଧୁକର ଅପବ୍ୟବହାର ରୋକିବା ଉପରେ ବ୍ୟକ୍ତିବିଶେଷ ତଥା ରାଇଫଲ ଆସୋସିଏସନକୁ ପୂର୍ବରୁ ଅବଗତ କରାଯାଇଥିଲା। ମୋଟ ୧୪୩୭ ଜଣ ଭୁବନେଶ୍ୱରରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ବ୍ୟବହାର କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୨୨ ଜଣ ବନ୍ଧୁକ ଡିପୋଜିଟ କରି ସାରିଲେଣି। ଗତ ୨୪ ଘଣ୍ଟାରେ ୧୧୧ ଜଣ ଡିପୋଜିଟ କରିଛନ୍ତି। ୭୦ ସୁରକ୍ଷା କର୍ମୀଙ୍କ ପାଖରେ ବନ୍ଧୁକ ଅଛି । ସ୍କ୍ରିନିଂ କମିଟି ବସିବା ପରେ ଅନ୍ୟ ବନ୍ଧୁକ ଗୁଡିକ ଖୁବଶୀଘ୍ର ଡିପୋଜିଟ ହେବ ବୋଲି ସୂଚନା ଦେଇଛନ୍ତି ଡିସିପି ।

ଏପଟେ ଅପରାଧିକ ଗତିବିଧି ଉପରେ ପୋଲିସର କଡ଼ା ନଜର । ନିର୍ବାଚନ ପୂର୍ବରୁ ମିଳିଲା ବିପୁଳ ପରିମାଣର ବିସ୍ଫୋରକ । ବାଣ ଗୋଦାମ ଉପରେ ପୋଲିସ ଚଢ଼ାଉ ପରେ ସାମ୍ନାକୁ ଆସିଲା ବେଆଇନ ଭାବେ ରଖା ଯାଇଥିବା ବିସ୍ଫୋରକ ପଦାର୍ଥ । ଜଟଣୀ ଥାନା ପୋଲିସ ପକ୍ଷରୁ ଚଢାଉ ବେଳେ ୪୦ କେଜିର ବିସ୍ଫୋରକ ଜବତ ହୋଇଛି। ନିର୍ବାଚନ ବେଳେ ହିଂସାକାଣ୍ଡ ଘଟାଇବା ପାଇଁ ମସୁଧା ହେଉଥିବା ସନ୍ଦେହରେ ଜଣେ ଗିରଫ ।

ଅଭିଯୁକ୍ତର ନାଁ ଉମାକାନ୍ତ ଶତପଥୀ । ପୂର୍ବରୁ ବୋମା ଜବତ ଓ ଡକାୟତି ଉଦ୍ୟମ ଘଟଣାରେ ଏହି ଅଭିଯୁକ୍ତ ସମ୍ପର୍କରେ ସୂଚନା ମିଳିଥିଲା । ପିପିଲି, ଡେଲାଙ୍ଗ, ବ୍ରହ୍ମଗିରି , ଜଟଣୀ ଓ ବାହାରକୁ ସପ୍ଲାଏ କରୁଥିଲା ବିସ୍ଫୋରକ। ଅପରାଧିଙ୍କ ବ୍ୟବହାର ପାଇଁ ସେ ଏହି ବିସ୍ଫୋରକ ରଖିଥିଲା । ନିର୍ବାଚନ ବେଳେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ ତାର ଯୋଜନା ଥିଲା । କାହାକୁ ପୂର୍ବରୁ ବିସ୍ଫୋରକ ଯୋଗାଇଥିଲା ସେ ନେଇ ଖୋଳତାଡ଼ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.