ଭୁବନେଶ୍ବରରେ ହଂକଂର ଏପିକ ଗ୍ରୁପ ଫ୍ୟାକ୍ଟ୍ରି , ପ୍ରସ୍ତୁତ ହେବ ବିଶ୍ବସ୍ତରର କପଡ଼ା

ଓଡ଼ିଶାରେ ପ୍ରସ୍ତୁତ ହେବ ବିଶ୍ବସ୍ତରର କପଡ଼ା। ହଂକଂର ଏପିକ ଗ୍ରୁପ ଭୁବନେଶ୍ବରରେ ପ୍ରଥମ କପଡ଼ା ଫ୍ୟାକ୍ଟ୍ରି ନିର୍ମାଣ କରିବ। ୨୨୦ କୋଟି ଟଙ୍କାରେ ନିର୍ମାଣ ହେବ ଏହି ଫ୍ୟାକଟ୍ରି।

ଭୁବନେଶ୍ବର : ଓଡ଼ିଶାରେ ପ୍ରସ୍ତୁତ ହେବ ବିଶ୍ବସ୍ତରର କପଡ଼ା । ହଂକଂର ଏପିକ ଗ୍ରୁପ ଭୁବନେଶ୍ବରରେ ପ୍ରଥମ କପଡ଼ା ଫ୍ୟାକ୍ଟ୍ରି ନିର୍ମାଣ କରିବ । ୨୨୦ କୋଟି ଟଙ୍କାରେ ନିର୍ମାଣ ହେବ ଏହି ଫ୍ୟାକଟ୍ରି । ୨୦୨୫ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ଓ ଏହା ଦ୍ବାରା ୬ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଭାରତରେ ପ୍ରଥମ ଥର ପାଇଁ କପଡ଼ା ଶିଳ୍ପ ଆରମ୍ଭ କରିବ ଏପିକ ଗ୍ରୁପ ।

ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ଭୁବନେଶ୍ବରରେ ୪୦ ଏକର ଜମି ଅଧିଗ୍ରହଣ କରିଛି । ଏହାର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ୨୦୨୫ ମେ ମାସ ସୁଦ୍ଧା ଶେଷ ହେବ । ଓଡ଼ିଶାରେ ଫ୍ୟାକଟ୍ରି ନିର୍ମାଣ ପାଇଁ ଭାରତର କୋଲିଅର୍ସ ଇଣ୍ଡିଆକୁ ପରିଚାଳନା ଦାୟିତ୍ବ ପ୍ରଦାନ କରିଛି । ଆପାରେଲ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ଏହା ଗେମ ଚେଞ୍ଜର ହେବ ବୋଲି କଂପାନୀ ପକ୍ଷରୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.