ହାତୀ ଘଉଡ଼େଇବା ବେଳେ ଫରେଷ୍ଟ ଗାର୍ଡଙ୍କ ହାତରେ ଫାଟିଗଲା ବୋମା

ହାତୀ ଘଉଡ଼େଇବା ବେଳେ ଫରେଷ୍ଟ ଗାର୍ଡଙ୍କ ହାତରେ ଫାଟିଗଲା ବୋମା । ହାତି ଘଉଡାଇବା ବେଳେ ହାତରେ ବୋମା ଫୁଟି ଜଣେ ଗୁରୁତର ।

ହାତୀ ଘଉଡ଼େଇବା ବେଳେ ଫରେଷ୍ଟ ଗାର୍ଡଙ୍କ ହାତରେ ଫାଟିଗଲା ବୋମା । ହାତି ଘଉଡାଇବା ବେଳେ ହାତରେ ବୋମା ଫୁଟି ଜଣେ ଗୁରୁତର । ଗୁରୁତ ଜଣଙ୍କ ଏଲିଫ୍ୟାଣ୍ଟର କର୍ମଚାରି ବୋଲି ଜଣାପଡିଛି । ଗତ ରାତିରେ ଏହି ଦନ୍ତା ହାତୀଟି ଢେ଼ଙ୍କାନାଳ ଜିଲ୍ଲା ଗନ୍ଦିଆ ବନଖଣ୍ଡରୁ ଆସି ଭୁବନ ଅଞ୍ଚଳର ଜଣେ ଚାଷିଙ୍କ ଗେଟ୍ ଭାଙ୍ଗି ଫସଲ ଦଳି ଚକଟି ନଷ୍ଟ କରିଥିଲା ।

ଖବର ପାଇ ବନ ବିଭାଗ ଏଲିଫ୍ୟାଣ୍ଟ ସ୍ୱାଡ ଘଟଣା ସ୍ଥଳରେ ପହଞ୍ଚି ବୋମା ମାଡ଼କରି ହାତୀକୁ ଘଉଡାଇବା ଆରମ୍ଭ କରିଥିଲେ । ଏହାରି ଭିତରେ ବୋମା ପକାଉଥିବା ଜ୍ୟୋତି ପ୍ରକାଶ ମେହେଣା ଲୋକଙ୍କୁ ଦେଖି ବୋମା ଫିଙ୍ଗି ନପାରିବାରୁ ବୋମାଟି ତାଙ୍କ ହାତରେ ଫାଟି ଯାଇଥିଲା । ସଙ୍ଗେସଙ୍ଗେ ତାଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିସ୍ଥା ପାଇଁ ଭର୍ତ୍ତି କରିଥଲେ । ତାଙ୍କର ଡାହାଣ ହାତର ତିନୋଟି ଆଙ୍ଗୁଠିରେ ଗଭୀର ଆଘାତ ଲାଗିଥିବା ବେଳେ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିବା ଜଣା ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.