ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲା ଅଭିଯୁକ୍ତ

ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଗିରଫ ହେଲା ୫୫ ବର୍ଷୀୟ ଅଭିଯୁକ୍ତ । ଗଜପତି ଜିଲ୍ଲା ମୋହନା ଥାନା ଅଂଚଳରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ବଳରାମ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଗଜପତି : ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଗିରଫ ହେଲା ୫୫ ବର୍ଷୀୟ ଅଭିଯୁକ୍ତ । ଗଜପତି ଜିଲ୍ଲା ମୋହନା ଥାନା ଅଂଚଳରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ବଳରାମ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି, ଗତକାଲି ସନ୍ଧ୍ୟାରେ ଶିଶୁକନ୍ୟା ଘର ପିଣ୍ଡାରେ ବସିଥିଲା ।

କିଛି ସମୟ ପରେ ତାଙ୍କୁ ପାଇ ନଥିଲେ ମାଆ । ବହୁ ଖୋଜାଖୋଜି ପରେ ଟଟଙ୍ଗପଡା ଗାଁ ନିକଟ ଏକ ଜଙ୍ଗଲ ରାସ୍ତା କଡ଼ରୁ ଶିଶୁ କନ୍ୟା ସହ ଅଭିଯୁକ୍ତ ବଳରାମକୁ ଧରିଥିଲେ ଗାଁ ଲୋକ । ମୋହନା ଥାନାର ଜିମା ଦେଇଥିଲେ । ପରେ ସେମାନଙ୍କର ଡାକ୍ତରୀ ମାଇନା କରାଯାଇଥିଲା  l ଅନ୍ୟପଟେ ଶିଶୁକନ୍ୟାକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବା ପରେ ଥଇଥାନର ବ୍ୟବସ୍ଥା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.