ଶ୍ରୀମାର୍ଗରେ ଯୁବକଙ୍କୁ ଛୁରାମାଡ, ପୋଲିସ ତଦନ୍ତ ଆରମ୍ଭ

ଶ୍ରୀମନ୍ଦିର ନିକଟ ଶ୍ରୀମାର୍ଗରେ ଆଜି ସନ୍ଧ୍ୟାରେ ଯୁବକଙ୍କୁ ହୋଇଛି ଛୁରାମାଡ । ଗୁରୁତର ଯୁବକ ମନୋଜ ନାୟକଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ଅବସ୍ଥା ଗୁରୁତର ଥିବାରୁ ପରେ କଟକ ସ୍ଥାନାନ୍ତର କରାଯାଇଛି।

ପୁରୀ : ଶ୍ରୀମନ୍ଦିର ନିକଟ ଶ୍ରୀମାର୍ଗରେ ଆଜି ସନ୍ଧ୍ୟାରେ ଯୁବକଙ୍କୁ ହୋଇଛି ଛୁରାମାଡ । ଗୁରୁତର ଯୁବକ ମନୋଜ ନାୟକଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ଅବସ୍ଥା ଗୁରୁତର ଥିବାରୁ ପରେ କଟକ ସ୍ଥାନାନ୍ତର କରାଯାଇଛି। ମନୋଜ ଶ୍ରୀମାର୍ଗରେ ବସିଥିବାବେଳେ ଦୁଇ ଜଣ ଯୁବକ ଆସି ଛୁରାମାଡ କରିଥିବା ଅଭିଯୋଗ ହୋଇଛି । ଖବର ପାଇଟାଉନ ଥାନା ପୋଲିସ ସହ ସିଟି ଡିଏସପି ଓ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆହତ ମନୋଜ ପୂର୍ବରୁ ଖଜା ଦୋକାନ କରିଥିଲେ। ଏବେ ଯାତ୍ରୀ ବ୍ୟବସାୟ କରୁଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.