ଆମ ପୋଲିସ ଜୀବନ ତ ଏମିତି, ଆଜି ଏଠି ତ କାଲି ସେଠି : ସାଗରିକା ନାଥ

କେନ୍ୟୁଜ୍(ବ୍ୟୁରୋ):  ମୋ ଜୀବନର ଏକ ପ୍ରିନ୍ସିପୁଲ ଅଛି- ଜୀବନରେ କେଉଁଠି  ନା କେଉଁଠି  ଦେଖା ହେବ ତେଣୁ  ‘କଭି ଅଲବିଦା ନା କେହନା’ । ଆଜି ବିଦାୟୀ ସମ୍ବର୍ଦ୍ଧନା ବେଳେ କିଛି ଏଭଳି କହିଥିଲେ  କଟକ-ଭୁବନେଶ୍ବର ଟ୍ରାପିକ ଡିସିପି ସାଗରିକା ନାଥ। ଗତ ୨୪ ଅଗଷ୍ଟ ୨୦୧୯ରେ କମିଶନରେଟ ପୋଲିସରେ ପ୍ରଥମ କରି ମହିଳା  ଟ୍ରିଫିକ୍ ଡିସିପି ଭାବେ ଯୋଗ ଦେଇଥିବା ସାଗରିକା ନାଥଙ୍କର ସୁନ୍ଦରଗଡ ଏସି ଭାବେ ବଦଳି  ହୋଇଛି।

ଏହି ଅବସରରେ ଆଜି ତାଙ୍କୁ ପୋଲିସ ସେବା ଭବନରେ ବିଦାୟୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇ ତଙ୍କୁ ସମ୍ମାନିତ କରାଯାଇଥିଲା।   ଏହି କାର୍ଯ୍ୟକ୍ରମରେ ସାଗରିକା କହିଥିଲେ – ‘‘ଆମ  ପୋଲିସ ଜୀବନ ତ ଏମିତିଆ ଆଜି ଏଠି ତ କାଲି ଆଉ କେଉଠି। ଏମିତି ହିଁ ଚାଲିଥିବ। ବହୁତ ଲୋକମାନଙ୍କର ଭଲପଇବା ଓ  ସପୋର୍ଟ ମିଳିଛି  ମୋତେ। ଗଣମାଧ୍ୟମ ବନ୍ଧୁମାନଙ୍କର ସହଯୋଗ ରହିଲା। ଆଜି ଏଠୁ ଯାଉଛି କାଲି ଆଉ  କେଉଁଠି ଦେଖା ହେବ। ତେଣୁ ମୋ ଜୀବନର  ପ୍ରିନ୍ସିପୁଲ ଅଛି  କଭି ଅଲବିଦା ନା କେହନା’’

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.