ବାଲେଶ୍ଵର : ଯୁଵକଙ୍କ ଝୁଲନ୍ତା ମୃତଦେହ ଠାବ
ବାଲେଶ୍ୱର(କେନ୍ୟୁଜ) : ବାଲେଶ୍ଵର ବଳରାମ ଗଡି ମେରାଇନ ଥାନା ଅନ୍ତର୍ଗତ ନାଉପାଳଗଡିରେ ଜଣେ ଯୁଵକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଯୁବକଙ୍କ ବୟସ ପ୍ରାୟ ୨୧-୨୨ ବର୍ଷ ହେବ ବୋଲି ଜଣାପଡିଛି। ଯୁବକ ଜଣକ ଶୁଖୁଆ ଖଳାରେ ରହି କାର୍ଯ୍ୟ କରୁଥିଲେ। ଆଜି ସକାଳ ସମୟରେ ସ୍ଥାନୀୟ ଲୋକ ଏକ ଦଉଡିରେ ଯୁବକ ଜଣକ ଝୁଲୁଥିବା ଦେଖିଥିଲେ।
ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ ସଂଦେହ ସୃଷ୍ଟି ହୋଇଥିବାବେଳେ ପୋଲିସ ସକାଳ ୧୦ ଟା ଯାଏ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି।