Below header

ପୁରୁଣା ଷ୍ଟେସନ ବଜାରରେ ଗାଡ଼ିରୁ ମିଳିଲା ମୃତ ଦେହ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ଭୁବନେଶ୍ୱର(କେନ୍ୟୁଜ୍‌) : ପୁରୁଣାଷ୍ଟେସନ ବଜାରରେ ଥିବା ଏକ ଗାଡ଼ି ମଧ୍ୟରୁ ଆଜି ଏକ ମୃତ ଦେହ ମିଳିଛି । ମୃତକ ଗଞ୍ଜାମ ଜିଲ୍ଲାର କୃଷ୍ଣ ପ୍ରଧାନ ବୋଲି ଜଣାଯାଇଛି । ସେ ଦୀର୍ଘ ଦିନ ହେବ ପରିବାର ସହ ଚିନ୍ତାମଣି ସ୍ଥିତ ଚମ୍ପା ପୋଖରୀ ଠାରେ ରହୁଥିଲେ ।

କୈାଣସି ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସେ କେଉଁ ପରିସ୍ଥିତିରେ ମଲେ ଓ ତାଙ୍କର କାହା ସହ ଶତ୍ରୁତା ଥିଲା ଏସବୁ ଦିଗକୁ ନେଇ ପୋଲିସ ଛାନ୍‌ଭିନ୍‌ କରୁଛି ।

ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଘଟଣାସ୍ଥଳରେ ପୋଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.