ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ଆୟୁଷ ନିର୍ଦ୍ଦେଶକଙ୍କୁ ମିଳିଲା ଜାମିନ

ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ଆୟୁଷ ନିର୍ଦ୍ଦେଶକଙ୍କୁ ମିଳିଲା ଜାମିନ । ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟ । ୧୦ ହଜାର ଟଙ୍କା ଓ ଦୁଇ ଜଣ ମୁଚାଲିକାଙ୍କ ବଦଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି ।

ସର୍ତ୍ତ ରହିଛି ତଦନ୍ତରେ କୌଣସି ପ୍ରଭାବ ପକାଇବେ ନାହିଁ । ଏହାପରେ ଜେଲରୁ ବାହାରିଛନ୍ତି ବିଭୁ ପ୍ରସାଦ ଷଡ଼ଙ୍ଗୀ । ସେ କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା । ଯୁବତୀଙ୍କ ପ୍ରେମିକ ମୁଖ୍ୟ ଷଡ଼ଯନ୍ତ୍ରକାରୀ । ଗତ ଶୁକ୍ରବାର ଦିନ ବିଭୁ ପ୍ରସାଦଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଜଣେ ମହିଳା ସହକର୍ମୀ । ଏହାପରେ ଗିରଫ ହୋଇଥିଲେ ଆୟୁଷ ନିର୍ଦ୍ଦେଶକ ।

Leave A Reply

Your email address will not be published.