ଆଳି : କୋଭିଡ ନିୟମ ନମାନି ବିବାହ ଆୟୋଜନ ପଡ଼ିଲା ମହଙ୍ଗା, ୭ ଗିରଫ

ଆଳି : କେନ୍ଦ୍ରାପଡ଼ା ଆଳିରେ କରୋନା ନିୟମ ଉଲଂଘନ କରି ବିବାହ ଆୟୋଜନ ପଡ଼ିଲା ମହଙ୍ଗା। ସାତ ଜଣଙ୍କୁ ଗିରଫ କରିଛି ପୋଲିସ । ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ । ସେମାନଙ୍କ ବିରୋଧରେ କୋଭିଡ୍‌ ନିୟମ ଉଲ୍ଲଂଘନ ଓ ଲୋକଙ୍କୁ ଏକାଠି କରିବା ନେଇ ଅଭିଯୋଗ ହୋଇଛି । ମିଳଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ଜୁଆଣିଆ ପଞ୍ଚାୟତରେ ଜଣେ କଣ୍ଟ୍ରାକ୍ଟରଙ୍କ ବିବାହ ଉତ୍ସବରେ ଏକାଠି ହୋଇଥିଲେ ପାଖାପାଖି ପାଞ୍ଚ ଶହରୁ ଅଧିକ ଲୋକ ।

ଡିଜେ, ବ୍ୟାଣ୍ଡ ଓ ବାଜାରେ ଯାଇଥିଲା ବରଯାତ୍ରୀ । ଲୋକଙ୍କ ମଧ୍ୟରେ ନଥିଲା ସାମାଜିକ ଦୂରତା । ୧୫ ଦିନ ତଳେ ଏହି କଣ୍ଟ୍ରାକ୍ଟରଙ୍କ ବିବାହ ହୋଇଥିଲା । ତେବେ ସୋସିଆଲ ମିଡିଆରେ ଏହି ଭିଜୁଆଲ ଭାଇରାଲ ହେବାପରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

KENDRAPADA COLLECTER TWT

Leave A Reply

Your email address will not be published.