ମୁକୁଳା ଡ୍ରେନ୍‌ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଡିଏଜି କଲୋନୀ ସାମ୍ନା ଖୋଲା ଡ୍ରେନରୁ ଆଜି ସକାଳୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲେ।

ପୁରୀ(କେନ୍ୟୁଜ୍‌) : ଡିଏଜି କଲୋନୀ ସାମ୍ନା ଖୋଲା ଡ୍ରେନରୁ ଆଜି ସକାଳୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲେ।

ସୁଚନା ମୁତାବିକ୍‌, ସମୁଦ୍ର କୁଳ ଥାନା ଅଧୀନସ୍ଥ ପେଣ୍ଠକଟା ଡିଏଜି କଲୋନୀ ସାମ୍ନା ଖୋଲା ଡ୍ରେନରୁ ଏହି ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପ୍ରଥମେ ସ୍ଥାନୀୟ ଲୋକେ ଦେଖିଥିଲେ ପରେ ସମୁଦ୍ର କୁଳ ଥାନା ପୋଲିସଙ୍କୁ ଖବର ଦେଇଥିଲେ l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଏନେଇ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ଦୁଇ ହାତରେ ଦୁଇଟି ଗ୍ଲୋଭ ଅଛି। ଯାହାଦ୍ୱାରା ଅନୁମାନ କରାଯାଉଛି ଏହି ବ୍ୟକ୍ତି ଜଣକ ଡ୍ରେନ୍‌ ସଫା କରୁଥିବା ବେଳେ ତାଙ୍କର ମୁତ୍ୟୁ ଘଟିଛି । କିନ୍ତୁ ଏଯାଏଁ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ । ତେବେ ମୃତ୍ୟୁ ପଛର କାରଣ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ।

You might also like